ବୟସ୍କ ଲୋକଙ୍କୁ ବୟୋବନ୍ଦନା ଯୋଜନାରେ ୯୩୬ କୋଟି ଟଙ୍କାର ଚିକିତ୍ସା ସୁବିଧା ଯୋଗାଇଦିଆଯାଇଛି : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
ଭୁବନେଶ୍ବର,୧୫/୦୮ : ଭାରତର ୭୯ତମ ସ୍ବାଧୀନତା ଦିବସର ପାଳନ ଅବସରରେ ରାଜଧାନୀର ଗାନ୍ଧୀମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଚିତ୍ତାକର୍ଷକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି।
Ad..
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଇ ତାଙ୍କ ସରକାରର ବିଭିନ୍ନ ଉପଲବ୍ଧି ସଂପର୍କରେ ସୂଚନା ଦେଇଛନ୍ତି। ରାଜ୍ୟର ବିକାଶ ପାଇଁ ସରକାର ଖସଡ଼ା ପ୍ରସ୍ତୁତ କରିଛନ୍ତି।
Ad..
ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ବିକାଶ ପାଇଁ ଉଦ୍ୟମ ଜାରି ରହିଛି। ସରକାର ୭୦ ଓ ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବୟୋବନ୍ଦନା ଯୋଜନାରେ ୯୩୬ କୋଟି ଟଙ୍କାର ଚିକିତ୍ସା ସୁବିଧା ଯୋଗାଇଦିଆଯାଇଛି।
Ad..
ରାଜ୍ୟର ସବୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ବ ଦିଆଯାଉଛି। ରାଜ୍ୟର ବିଭିନ୍ନ ଫାର୍ମା କଂପାନି ପ୍ରତିଷ୍ଠା ହେବ। ଓଡ଼ିଶା ହେବା ଫାର୍ମା ହବ୍। ଯୁବବର୍ଗମାନଙ୍କୁ ସଶକ୍ତ କରିବା ଲାଗି ବିଭିନ୍ନ ଯୋଜନା କରିଛନ୍ତି।
Ad..
ଭୁବନେଶ୍ବରରେ ଜନ ଆଶ୍ରୟ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଓଡ଼ିଆ ଅସ୍ମିତାକୁ ଆମ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
Edited by k.s thakur...
Tags:
78th independence day
Bhubaneswar
cm mohan Majhi
latest news
latest update
odisha daily current affairs





