ମହିଳା ସ୍ନାତକ ମହାବିଦ୍ୟାଳୟ, ପଦ୍ମପୁରରେ ହର–ଘର–ତ୍ରିରଙ୍ଗା ପାଳିତ...

ମହିଳା ସ୍ନାତକ ମହାବିଦ୍ୟାଳୟ, ପଦ୍ମପୁରରେ ହର–ଘର–ତ୍ରିରଙ୍ଗା ପାଳିତ...


ପଦ୍ମପୁର,୧୪/୦୮ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ “ହର–ଘର–ତ୍ରିରଙ୍ଗା” ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥ ଏହି ଶୋଭାଯାତ୍ରାର ଉଦ୍ଘାଟନ କରିଥିଲେ।

      Ad..


 ୪୦୦ ରୁ ଅଧିକ ସଂଖ୍ୟକ ଛାତ୍ରୀ ଏକତା ଓ ସ୍ଵାଧୀନତାର ପ୍ରତୀକ ୫୦ ମିଟରର ଏକ ଲମ୍ବା ତ୍ରିରଙ୍ଗା ପତାକା ସହ ୨୦୦ ଟି ତ୍ରିରଙ୍ଗା ପତାକା ଧରି ମହାବିଦ୍ୟାଳୟରୁ ବାହାରି ଥାନାଛକ, ଭେଉଁରିଆ ଛକ, ନେହେରୁ ଗଳି ଛକ ଓ କଚେରି ରାସ୍ତା ଦେଇ ପୁଣି ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

     Ad..


ଉକ୍ତ ଶୋଭାଯାତ୍ରାରେ ଅଧ୍ୟକ୍ଷା, ସମସ୍ତ ଅଧ୍ୟାପକ-ଅଧ୍ୟାପିକା ତଥା କର୍ମଚାରୀମାନେ ମଧ୍ୟ ହାତରେ ତ୍ରିରଙ୍ଗା ଧରି ଛାତ୍ରୀମାନଙ୍କ ସହ ଯାଇଥିଲେ। 

Ad..


ଦେଶାତ୍ମକବୋଧକ ସଙ୍ଗୀତ ଏବଂ ଅନେକ ପ୍ରକାରର ସ୍ଲୋଗାନ ସହ ହୋଇଥିବା ରାଲୀଟି ଏକ ରୋମାଞ୍ଚକର ପରିବେଶ ସୃଷ୍ଟି କରିଥିଲା ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post