ଗୁରୁ ଭଗବାନ ସାହୁଙ୍କ ନାଟକ ଅନୁଷ୍ଠାନ ୭୬ ବର୍ଷରେ ପଦାର୍ପଣ ;ଏକ ନୂତନ ଅଧ୍ୟାୟଧ ଶୁଭାରମ୍ଭ...
ବରଗଡ଼/ବରପାଲି,୧୪/୦୮ : କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ପ୍ରତିଷ୍ଠିତ ନାଟକ ଅନୁଷ୍ଠାନ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ (ଭଗବାନ ପାଟି)କୁମ୍ଭାରୀ ୧୯୫୦ ରୁ ନିରବଚ୍ଛିନ୍ନ ୭୫ ବର୍ଷ ପୁରଣ କରି ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରି କଳା ସଂସ୍କୃତିର ଇତିହାସ ରେ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଛି।
Ad..
ଆଜି ବରପାଲି ଅର୍ନ୍ତଗତ ବଡ଼ଗାଁ ଠାରେ ୭୬ ବର୍ଷ ଉପଲକ୍ଷେ ପୂଜାର୍ଚ୍ଚନା କରି ନାଟକର ଶୁଭାରମ୍ଭ ପୂର୍ବରୁ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ସଭା ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଅଛି ।
Ad..
ଗୁରୁ ଭଗବାନ ସାହୁଙ୍କ ଆଦର୍ଶ ପଟ୍ଟ ଶିଷ୍ୟ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ)ଙ୍କ ସଭାପତିତ୍ବରେ ଗୁରୁ ବନ୍ଦନା ଗାନ କରିଥିଲେ ସୁରେନ୍ଦ୍ର ବୀର ଭୂବନ ଭୋଇ ଏବଂ ସାମ୍ବାଦିକ ମହେନ୍ଦ୍ର ମେହେର ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ଯୋଗେନ୍ଦ୍ର ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୈଳାସ ମହାରଣା ସ୍ବାଗତ ଭାଷଣ ଦେଇଥିଲେ।
Ad..
ମୂଖ୍ୟ ଅତିଥି ଶିକ୍ଷାବିତ ସାହିତ୍ୟିକ ପ୍ରାକ୍ତନ ଅଧ୍ୟକ୍ଷ ଟେକଚାନ୍ଦ ଦୁଆନ, ମୂଖ୍ୟ ବକ୍ତା ସାମ୍ବାଦିକ ଆଲୋଚକ ବାଲ କିଶୋର ଖାଡାଙ୍ଗା,ସମ୍ମାନୀତ ଅତିଥି ସାମ୍ବାଦିକ ସଂଘ ସଭାପତି ଚିତ୍ତରଞ୍ଜନ ସାହୁ, ନାଟ୍ୟକାର ଆଖଣ୍ଡଳ ସାହୁ,କବି ସାମ୍ବାଦିକ ତୁଳସୀ ଚରଣ ଦାଶ, ସମାଜସେବୀ ବିଜୟ କୁମାର ଭୋଇ...
Ad..
କବି ଉଦ୍ଧବ ବାରୀକ ପ୍ରମୁଖ ଯୋଗଦାନ କରି ଗୁରୁ ଭଗବାନ ସାହୁଙ୍କ ନିରବଚ୍ଛିନ୍ନ ସାଧନା ଅବିସ୍ଵଶନୀୟ ଅବଦାନ ଉପରେ ଭୁରି ଭୁରି ପ୍ରଶଂସା କରି ଏଭଳି ଇତିହାସ ସୃଷ୍ଟି କରିଥିବା ଅନୁଷ୍ଠାନ ସରକାରଙ୍କ ଆଢ଼ୁଆଳରେ ଥିବା ଚରମ ଅବହେଳାର କଳଙ୍କିତ ଉଦାହରଣ ବୋଲି ମତବ୍ୟକ୍ତ କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତାମତ ପ୍ରକାଶ ପାଇଥିଲା ।
ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିଲେ ବିଜୟାନନ୍ଦ ସାହୁ ।ସର୍ବଶ୍ରୀ ବସୁଦେବ ପଧାନ, ସାର୍ଥିକ ନାୟକ, ଧିରେନ୍ଦ୍ର ସାହୁ, ସଂଖ୍ୟା ନାଇକ,ରମା ବିଶ୍ଵାଳ କ୍ଷୀରୋଦ ଦାଶ , ଉଦ୍ଧବ ବାରୀକ,ଆଦର୍ଶ ସାଲମା, କୃଷ୍ଣ ସାହୁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ନିରଞ୍ଜନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...





