ବରଗଡ଼ ଜିଲ୍ଲା ରେ ଚାଞ୍ଚଲ୍ୟ ନାବାଳିକାଙ୍କ ଆତ୍ମଦାହ ଉଦ୍ୟମ...

ବରଗଡ଼ ଜିଲ୍ଲା ରେ ଚାଞ୍ଚଲ୍ୟ ନାବାଳିକାଙ୍କ ଆତ୍ମଦାହ ଉଦ୍ୟମ...


ବରଗଡ଼,୧୧/୦୮ : ବରଗଡ ଜିଲ୍ଲାର ଗାଇସିଲେଟ ଥାନା ଫିରିଙ୍ଗିମାଲ ଗାଁ ରେ ଜଣେ ୧୩ ବର୍ଷୀୟ ନାବାଳିକା ପେଟ୍ରୋଲ ଢାଳି ଆତ୍ମଦାହ ଉଦ୍ୟମ କରିଥିବା ଘଟଣା ଜିଲ୍ଲା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। 

     Ad..


ଘଟଣା ସୋମବାର ସକାଳ ପ୍ରାୟ ସାତ ଟା ପାଖାପାଖି ଘଟିଥିବା ବେଳେ ତାଙ୍କର  ପରିବାର ଓ ପଡୋଶୀ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠେଇଥିଲେ। 

Ad..


ଝିଅ ଟି ପ୍ରାୟ ୭୦/୮୦ ପ୍ରତିଶତ ପୋଡି ଯାଇଥିବା ବେଳେ ଗାଇସିଲେଟ  ଡାକ୍ତରଖାନା ର ଡ଼ାକ୍ତର ତାଙ୍କୁ ବୁର୍ଲା ମୂଖ୍ୟ ଚିକିତ୍ସାଳୟ କୁ ଅଧିକ ଚିକିତ୍ସା ନିମନ୍ତେ ପଠେଇଥିଲେ।ବୁର୍ଲା ଡ଼ାକ୍ତରଖାନାର ରେ ତାଙ୍କ ଦେହାନ୍ତ ଘଟିଥିବା ଜଣାପଡିଛି। 

Ad..


ଆତ୍ମହତ୍ୟା ଉଦ୍ୟମ ର କାରଣ ଅସ୍ପଷ୍ଟ ଥିଲେ ମଧ ଝିଅ କେହି ତାଙ୍କୁ ଚାପ୍ ସୃଷ୍ଟି କରିଥିବା କହିଥିଲେ। ଯାହା କି ସନ୍ଦେହ ସୃଷ୍ଟି କରୁଥିବା ବେଳେ ଘଟଣା ଟି ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି। 

Ad..


ପାଠ ପଢୁଥିଲେ - ହଷ୍ଟେଲ ରେ ରହି ଅଷ୍ଟମ ଶ୍ରେଣୀରେ ପାଠପଢୁଥିଲେ । ପଦ୍ମପୁର ନିକଟସ୍ଥ ସାପଲହର ଆବାସିକ ହଷ୍ଟେଲ ରେ ପାଠ ପଢୁଥିଲେ । ଦେହ ଖରାପ୍ ହେବାରୁ ଗାଇସିଲେଟ ଫିରିଙ୍ଗିମାଲ ର ମାମୁ ଆଣି ଘରେ ରଖି ଚିକିତ୍ସା କରୁଥିଲେ। 

ସକାଳୁ  ସକାଳୁ ଝିଅ ତାଙ୍କ ରହୁଥିବା ଘର ପଛପଟେ ଥିବା ଖେଳପଡିଆ ରେ ଲୋକ ଉଦ୍ଧାର କରି ୧୦୮ ରେ ଗାଇସିଲେଟ ପଠାଇଥିବା ଆଲୋଚନା ହେଉଛି।ଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନର ପହଞ୍ଚି ତଦନ୍ତ ଆରମ୍ଭ କରିଛିନ୍ତି । ଘଟଣାସ୍ଥଳରୁ ଚପଲ, ଦିଆସିଲି ଓ ପ୍ଲାଷ୍ଟିକ ବୋତଲ ଜବତ, ଛାତ୍ରୀଙ୍କ ମୃତ୍ୟୁ ପୂର୍ବର ରେକଡିଙ୍ଗ କଥାବାର୍ତ୍ତା କୁ ନେଇ ତଦନ୍ତ କଦନ୍ତ ହେଉଥିବା ଜଣାପଡିଛି ।

ଆଖି ବୁଜିଲେ ନାବାଳିକା - ବୁର୍ଲା ହସ୍ପିଟାଲରେ ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ନାବାଳିକ। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ସୂଚନା, ସକାଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇ ବରଗଡ଼  ଫିରିଙ୍ଗିମାଲରୁ ୧୦୮ ଯୋଗେ ଗୁରୁତର ଅବସ୍ଥାରେ ବୁର୍ଲା ଆସିଥିଲେ ନାବାଳିକା। ବୁର୍ଲା  ଡ଼ାକ୍ତରଖାନାର ରେ ମୃତ ହୋଇଥିବା ଜଣାପଡିଛି।

ପୋଲିସ ର ଟିମ୍ ଗଠନ ସହ ଘଟଣା ସ୍ଥଳକୁ ଗସ୍ତ...

ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା କରୁଛନ୍ତି।ଆଇ ଜି  ହିମାଂଶୁ ଲାଲ୍‌, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି।ପାରିପାର୍ଶ୍ବିକ ଅନୁଧ୍ୟାନ ରୁ ଜଣାପଡୁଛି ଯେ ପାରିବାରିକ କଳହ ଘଟଣାରୁ ଏହା ଘଟିଛି କହିଲେ ହିମାଂଶୁ ଲାଲ୍‌।

ପୀଡ଼ିତାଙ୍କ ମାମୁ ଝିଅ ପୋଲିସର ପଚରାଉଚରା ବେଳେ ଅସୁସ୍ଥ ହୋଇ ପଡିଛନ୍ତି। ବରଗଡ଼ ଏସପି ଓ ବଲାଙ୍ଗିର ଏସପିଙ୍କ ମିତିତ ଭାବରେ ଟିମ୍ ଗଠନ କରାଯାଇ ଅନୁଧ୍ୟାନ ଚାଲିଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଫିରିଙ୍ଗିମାଳ ଗା ଅନୁଧ୍ୟାନ ସହ ତଦନ୍ତ ଜାରି ରଖିଛନ୍ତି।

ଘଟଣା କୁ ନେଇ ୨ ଜଣ ଅଟକ...

ବରଗଡ଼ ନାବାଳିକାଙ୍କ ମୃତ୍ୟୁ ଘଟଣାରେ ଫିରିଙ୍ଗିମାଳ ଗାଁ ର ଜଣେ ଦୋକାନୀ ଓ ନିଜ ଅଜା ଙ୍କୁ ଗାଇସିଲେଟ ପୋଲିସ ଅଟକ ରଖିଛି। ଥାନାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଅନ୍ୟପଟେ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା ହୋଇଛି। 

ଆଇ ଜି ହିମାଂଶୁ ଲାଲ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ପାରିବାରିକ କଳହ ଘଟଣାରୁ ଏହା ଘଟିଛି ବୋଲି କହିଛନ୍ତି ଆଇ ଜି ହିମାଂଶୁ ଲାଲ। 

ପୀଡ଼ିତାଙ୍କ ମାମୁ ଙ୍କ ନାବାଳିକା ଝିଅ ଯିଏକି ହୃଦରୋଗ ରେ ପିଡିତ ପୋଲିସର ମାତ୍ରାଧିକ ପଚରାଉଚରା ବେଳେ ଅସୁସ୍ଥ ସୋଇ ଚେତାସୂନ୍ଯ  ହୋଇ ପଡ଼ିଥିଲେ ତାଙ୍କୁ ପ୍ରଥମେ ଗାଇସିଲେଟ ଓ ପରେ ପଦ୍ମପୁର ସରକାରୀ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଥିବା ବେଳେ ଭୟଭୀତ ଥିବା ର ତାଙ୍କ ମାଁ ସୂଚନା ଦେଇଛନ୍ତି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post