ରାଣୀପୁର ଝରିଆଲ ଚୌଷଠି ଯୋଗିନୀ ପୀଠ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ,ପର୍ଯ୍ୟଟନର ବିକାଶ ପାଇଁ ୮୭ କୋଟି ଟଙ୍କା କଲେ ଘୋଷଣା...
ବଙ୍ଗୋମୁଣ୍ଡା,୧୧/୦୮ :- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଐତିହାସିକ ଯୋଗିନୀ ପୀଠ ରାଣିପୁର ଝରିଆଲକୁ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା।
Ad..
୬୪ ଯୋଗିନୀ ମନ୍ଦିର ପରିଦର୍ଶନ ସହ ସୋମେଶ୍ୱର ବାଵା ଙ୍କୁ ଦର୍ଶନ କଲେ। ରାଣିପୁର ଝରିଆଲ ର ଉନ୍ନତି ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଡିପିଆର ଦେଖାଇଲେ ଉପମୁଖ୍ୟମନ୍ତ୍ରୀ।
Ad..
ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପର ସମୀକ୍ଷା କରିଥିଲେ ।ରାଣୀପୁର ଝରିଆଲର ରୂପରେଖ ବଦଳିବା ସହ ଏହାର ବିକାଶ ନେଇ ୮୭ କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କା ଅନୁଦାନ ଘୋଷଣା କରିଥିଲେ ।
Ad..
କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ପର୍ଯ୍ୟଟନ କମିଶନର ବଲବନ୍ତ ସିଂ ଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ,କମିଟି ସଦସ୍ୟ ଉପସ୍ଥିତ ଥିଲେ।
Ad..
Edited by k.s thakur...
Tags:
bangomunda
chousathi yogini pith
deputy cm prabhati parida
latest news
latest update
MLA Lakshman Bag
odisha daily current affairs
ranipur jharial





