ସାପଲହର ସେବାଶ୍ରମ ତାଲାବନ୍ଦ ରୁ ଓହରିଲେ....
ବରଗଡ଼,୧୧/୦୮ : ବରଗଡ ଜିଲ୍ଲା ପାଇକମାଳ ବ୍ଲକ ବାଦିକଟା ପଞ୍ଚାୟତ ସାପଲହର ସେବାଶ୍ରମ ରେ ଗତ ଚାରିଦିନ ହେଲା ଶିକ୍ଷକ ଅଭାବ କୁ ନେଇ ଗ୍ରାମବାସୀ ତଥା...
Ad..
ଅଭିଭାବକ ଅଭିଭାବିକା ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଜଣାଇବା ସତ୍ୱେ ଅଣଦେଖା କରିବାରୁ ବାଧ୍ୟ ହୋଇ ତାଲାବନ୍ଦ କରିଥିଲେ।ଏ ନେଇ ଖବର କାଗଜ ରେ ବେଶ ଚର୍ଚ୍ଚା ର ବିଷୟ ହୋଇଥିଲା।
Ad..
ଆଜି ତା 11.08.25 ସୋମବାର ଦିନ 12.30 ଟାରେ ଜିଲ୍ଲା ମଙ୍ଗଳ ଅଧିକାରୀ ସlପଲହର ଆସି ଗ୍ରାମବାସୀ ତଥା ଅଭିଭାବକ ଅଭିଭାବିକା, ପତ୍ରକାର ବନ୍ଧୁ ଏବଂ ଜଗଦଳପୁର ଥାନାଧିକାରୀ ଙ୍କ ଉପସ୍ଥିତି ରେ କାଲି...
Ad..
ସନ୍ଧ୍ୟା ସୁଦ୍ଧା ଅର୍ଥାତ ତା. 12.08.25 ମଙ୍ଗଳବାର ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଜଣଙ୍କୁ ନିଯୁକ୍ତି ଦେବି ବୋଲି ଲିଖିତ ଆକାର ରେ ଜଣାଇବା ପରେ ବିଦ୍ୟାଳୟ କୁ ଖୋଲି ଦିଆଯାଇଛି।
Ad..
ସମସ୍ତଙ୍କ ଅକ୍ଲାନ୍ତ ସହଯୋଗ ରେ ସଫଳତା ମିଳିଥିବାରୁ ଗ୍ରାମବାସୀ ସମସ୍ତ ପତ୍ରକାର ବନ୍ଧୁ ଏବଂ ଜଗଦଳପୁର ଥାନାଧିକାରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
Report : Bijay ku sahu
Edited by k.s thakur...





