ଅଞ୍ଚଳ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ...
ପଦ୍ମପୁର,୧୧/୦୮ : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଖଗେଶ୍ବର ଦାସ ଙ୍କ ସଭାପତିତ୍ବରେ ସଂସ୍କୃତ ସପ୍ତାହ ପାଳିତ ହୋଇଅଛି।
Ad..
ଏହି କାର୍ଯକ୍ରମ ରେ ନବପ୍ରଭାତ୍ ଗୁରୁକୂଳ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବୃହସ୍ପତି ଶାସ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ ସଂସ୍କୃତ ଶବ୍ଦର ସୃଷ୍ଟି ତଥା ସଂସ୍କୃତ ଭାଷାର ଭାରତୀୟ ଜ୍ଞାନ ପରମ୍ପରା ସହ ସମ୍ପର୍କର ବିଶ୍ଳେଷଣ କରି ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ।
Ad..
ଏହାଛଡ଼ା ବର୍ତ୍ତମାନ ସମୟରେ ଭାରତରେ ସଂସ୍କୃତ ଭାଷା ର ଲୋପର କାରଣ ଗୁଡିକ ବର୍ଣ୍ଣନା କରି ଏହାର ପ୍ରସାର ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଗୁରୁକୂଳ ର ବ୍ରହ୍ମଚାରୀ ଓ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ର ଛାତ୍ର ଶୌରବ ସଂସ୍କୃତ ଶ୍ଳୋକ ପଠନ କରିଥିଲେ।
Ad..
ଏହି କାର୍ଯକ୍ରମକୁ ସଂସ୍କୃତ ବିଭାଗର ମୁଖ୍ୟ ଶ୍ରୀ ପ୍ରଭାତ କୁମାର ମହାପାତ୍ର ପରିଚାଳନା କରିଥିଲେ। ଶେଷରେ ଦର୍ଶନ ବିଭାଗର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ମିଶ୍ର ଏହି ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ।
Ad..
ଏହି ସଭାରେ ପ୍ରମୋଦ କୁମାର ତ୍ରିପାଠୀ, ଝୁନୁ ପରିଡ଼ା, ଡଃ ତୁଷାରକାନ୍ତ ସାହୁ, ଶର୍ମିଲା ପଣ୍ଡା, ଡଃ ସରୋଜ କୁମାର ନାଏକ ଙ୍କ ସମେତ ସମସ୍ତ ଅଧ୍ପାପକ-ଅଧ୍ୟାପିକା ପ୍ରଧ୍ୟାପକ-ପ୍ରଧ୍ୟାପିକା ଯୋଗଦାନ କରିଥିଲେ।
Report : Bijay ku sahu
Edited by k.s thakur...





