ବିସ୍ମୟ ବାଳକ ସାଲେମ ଭୋସାଗରଙ୍କୁ ଓଡିଶା ଅଭିଭାବକ ମହାସଂଘ, ବରଗଡ ଜିଲ୍ଲା ଦ୍ୱାରା ସମ୍ମାନୀତ...

ବିସ୍ମୟ ବାଳକ ସାଲେମ ଭୋସାଗରଙ୍କୁ ଓଡିଶା ଅଭିଭାବକ ମହାସଂଘ, ବରଗଡ ଜିଲ୍ଲା ଦ୍ୱାରା ସମ୍ମାନୀତ...


ବରଗଡ଼,୧୧/୦୮ : ବରଗଡ଼ ଜିଲ୍ଲାର ତଥା ବରଗଡ଼ ବ୍ଲକ୍ ଅନ୍ତର୍ଗତ ଧାଙ୍ଗେର ଗ୍ରାମର ବିସ୍ମୟ ବାଳକ ସ୍ମୃତି ସାଲୋମ ଭୋସାଗର ( ୪ ବର୍ଷ ୯ ମାସ ) ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି। 

      Ad..


ମାତ୍ର ଦୁଇ ମିନିଟରେ ୧୦୦ ଟି ପ୍ରଶ୍ନର ତ୍ୱରିତ ଉତ୍ତର ଦେଇ ସେ ଏଭଳି କୃତିତ୍ୱ ଅର୍ଜନ କରି ଗ୍ରାମ ଏବଂ ଜିଲ୍ଲାକୁ ଗର୍ବିତ କରିଛନ୍ତି। ଏଥି ପାଇଁ ସେ ବରଗଡ ଜିଲ୍ଲା ର ସବୁ ବର୍ଗ ରୁ ପ୍ରଶଂସା ପାଇଛନ୍ତି।

Ad..


ସେ ବାପା ପ୍ରେମାନନ୍ଦ ଭୋସାଗର ଏବଂ ମାଆ ରଞ୍ଜନା ପାଇକ ଙ୍କ ପୁତ୍ର ଅଟନ୍ତି। ସ୍ମୃତି କୁ ଆଗକୁ ନେବାରେ ମାଆ ରଞ୍ଜନା ଙ୍କ ଭୂମିକା ବେଶୀ ବୋଲି ପରିବାର ବର୍ଗ କହିଛନ୍ତି। ଅଜି ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲା ପକ୍ଷ ରୁ  ସଭାପତି ବିମଳ କୁମାର ଦାଶ, ଅସିତ୍ କୁମାର ସାହୁ...

Ad..


ପିଣ୍ଟୁ ଶତପଥୀ ,କମଳ ଲୋଚନ ସରାଫ, ଉମେଶ ଚନ୍ଦ୍ର ପ୍ରଧାନ ସମୂହ ଧାଙ୍ଗେର ଗ୍ରାମକୁ ଯାଇ ସ୍ମୃତି ସାଲୋମ କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଅବସର ରେ ଧାଙ୍ଗେଡ ଗ୍ରାମ ର ସରପଞ୍ଚ ଦଖିଲ ବାଗ, ବାଲେଶ୍ଵର କୁଅଁର ଓ ଗ୍ରାମବାସୀ ଆଦି ଉପସ୍ଥିତି ଥିଲେ।

Ad..


କଥୋପକଥନ ଛଳରେ ସ୍ମୃତି ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ମହାସଂଘ ସମସ୍ତ ସଦସ୍ୟ ସ୍ମୃତି ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post