ବରଗଡ଼ ଜିଲ୍ଲା ରେ ଚାଷୀ ମାରଣନିତୀ ବିରୁଦ୍ଧରେ ୧୮ ରେ ବିଜେଡି ର ଆନ୍ଦୋଳନ ଡ଼ାକରା...
ବରଗଡ଼,୧୨/୦୮ : ଆଗାମୀ ଅଗଷ୍ଟ ୧୮ ସୋମବାର ଦିନ ବରଗଡ ଠାରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ଯ ସରକାର ଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ବିରାଟ ଚାଷୀ ବିକ୍ଷୋଭ ଅନଷ୍ଠିତ ହେବ।
Ad..
ଏହି ସମାବେଶରେ ରାଜ୍ଯ ସ୍ତରିୟ ନେତୃମଣ୍ଡଳୀ ଯୋଗ ଦେଇ ସମାବେଶରେ ସାମିଲ ହେବାର କାର୍ଯ୍ୟକ୍ରମ ଘୋଷଣା ହୋଇଛି। ଏହି ପରିପ୍ରେକ୍ଷିରେ ବରଗଡ ଅଗ୍ରଗାମୀ ଯୁବକ ସଂଘ ଠାରେ ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ଯକ୍ଷତାରେ ବରଗଡ ଜିଲ୍ଲା ର ସମସ୍ତ ଛାମୁଆ ନେତୃମଣ୍ଡଳୀ ର ଉପସ୍ତିତିରେ ଏକ ପ୍ରସ୍ତୁତି ହୈଠକ ଅନୁଷ୍ଠିତ ହୋଇଯାଇଛି।
Ad..
ଆଗାମୀ ୧୮ ତାରିଖ ବିକ୍ଷୋଭ ସମାବେଶ କିଭଳି ସଫଳତାର ସହ କରାଯିବ ସେ ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ଜିଲ୍ଲାର ସମସ୍ତ ବ୍ଲକ ରେ ମଧ୍ଯ ଅନୁରୁପ ପ୍ରସ୍ତୁତି ବୈଠକ ମାନ କରାଯିବାକୁ ସ୍ତିରିକୃତ ହୋଇଥିଲା।
Ad..
ବର୍ତମାନ ସୁଦ୍ଧା ଜିଲ୍ଲାର କେବଳ ୩୦ ପ୍ରତିଶତ ଚାଷୀ ପଂଜିକରଣ କରିଥିବାବେଳେ ଆଉ ମାତ୍ର ୮ ଦିନ ମଧ୍ଯରେ କିଭଳି ବରଗଡ ଜିଲ୍ଲାର ଲକ୍ଷାଧିକ ଚାଷୀ ପଂଜିକରଣ କରିପାରିବେ ସେ ନେଇ ସଭାରେ ସମସ୍ତେ ଉଦବେଗ ପ୍ରକାଶ କରିଥିବା ସହ ଚାଷୀ ଙ୍କ ସହ ଏଭଳି ଖେଳ ଆଗାମୀ ଦିନରେ ରାଜ୍ଯ ସରକାର ଙ୍କୁ ମହଗାଂ ପଡିବ ବୋଲି ନେତାମାନେ ଚେତାବନି ଦେଇଛନ୍ତି।
Ad..
ଏହି ବୈଠକରେ ବିରୋଧୀ ଦଳ ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ସହ ପୁର୍ବତନ ବିଧାୟିକା ସ୍ନେହାଗିଂନି ଛୁରିଆ, ରୀତା ସାହୁ, ଦେବେଶ ଆଚାର୍ଯ୍ୟ , ଜିଲ୍ଲା ପରିଷଦ ଅଧ୍ଯକ୍ଷା ମାନିନୀ ଭୋଇ, ବରଗଡ଼ ପୌରାଧ୍ଯକ୍ଷା କଲ୍ପନା ମାଝି , ବରିଷ୍ଠ ନେତା ଗୌରହରି ମିଶ୍ର...
କୀର୍ତିଚନ୍ଦ୍ର ଦୁଆନ, ପ୍ରଫୁଲ୍ଲ ନାଏକ, ନିତ୍ଯାନଂଦ ପଧାନ, ବିକ୍ରମ ସିଂଦେଓ ,ଟିକାୟତ ମହତ୍ତମ ,ମୀନାକ୍ଷୀ ମିଶ୍ର, ଦେବାନନ୍ଦ ଗଡତିଆ ,ସୁରେନ୍ଦ୍ର ପଧାନ, ଜିତୁ ଭୋଇ, କିଶୋର ମିଶ୍ର, ଭରତ ମହାନ୍ତି ,କିଶୋର ଦେବତା, ନିରଂଜନ ମଲ୍ଲିକ, ବିଜୁ ସ୍ବାଇଁ ହୃଦାନନ୍ଦ ବାରିକ ପ୍ରଶାନ୍ତ ଭୋଇ ଟାଇଲ ଭୋଇ ,ଜୟନ୍ତ ପାଣିଗ୍ରାହୀ ରାଜେଶ ଅଗ୍ରଓ୍ବାଲ...
ଡୁଲୁ ରାଉତ ଅନୁରାଧା ଅଗ୍ରଓ୍ବାଲ, ବେଲାର ମେହେର, ରାଜୁ ସୁନା ,ବୀରେନ ରଥ ,ମଣ୍ଟୁ ପଣ୍ଡା ,ପ୍ରଭାସିନୀ ପଧାନ, ପୁଷ୍ପା ଭୋଇ ଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଦସ୍ଯ ବ୍ଲକ ଅଧ୍ଯକ୍ଷ ଓ ନିର୍ବାଚିତ ପ୍ରତିନିଧି ମାନେ ଯୋଗଦାନ କରିଥିଲେ।
Report : Bijay ku sahu
Edited by k.s thakur...





