‘ଥାର୍’ ଧକ୍କାରେ ଝିଅ ପରେ ମା’ର ମୃତ୍ୟୁ ଘଟଣା: ପାତ୍ରପଡ଼ାରେ ଉତ୍ତେଜନା...
ଭୁବନେଶ୍ଵର,୧୧/୦୮ : ରାକ୍ଷୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ା V2 ସାମ୍ନାରେ ଥାର ଧକ୍କାରେ ୮ ବର୍ଷର ଝିଅର ମୃତ୍ୟୁ ପରେ ଆଜି ମା’ର ମୃତ୍ୟୁ ଘଟଣାରେ ଉତ୍ତ୍ୟକ୍ତ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଦୁର୍ଘଟଣାସ୍ଥଳରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ।
Ad..
ଶତାଧିକ ମହିଳା ଓ ପୁରୁଷ ରାସ୍ତାରେ ବସି ରହିବାରୁ ଜାତୀୟ ରାଜପଥରେ ବହୁ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଥିଲା। ପରେ ପୋଲିସର ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା।
Ad..
ସୂଚନାଯୋଗ୍ୟ, ରାକ୍ଷୀ ପୂର୍ଣ୍ଣିମା ରାତିରେ ଜଣେ ମହିଳା ନିଜ ୮ବର୍ଷର ଝିଅ ଓ ପୁଅ ସହିତ ରାସ୍ତାପାର ହେବା ସମୟରେ ଏକ ଥାର ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଝିଅର ପ୍ରାଣ ହରାଇଥିଲା ।
Ad..
Edited by k.s thakur...





