ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି...
ଭୁବନେଶ୍ବର,୦୩/୦୮ : ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ।ବଳଙ୍ଗା ଘଟଣାକୁ ୧୫ ଦିନ ହେଲାଣି। ସରକାର କି ପ୍ରଶାସନ ଦୋଷୀକୁ ଧରି ପାରିନାହାନ୍ତି। ଉପମୁଖ୍ୟମନ୍ତ୍ରୀ କିଛି ଦିନ ତଳେ କହିଥିଲେ ମୁଁ ପୀଡ଼ିତାଙ୍କୁ ଭେଟିଥିଲି ଓ ସେ ଭଲ ଅଛନ୍ତି। କିନ୍ତୁ ତାଙ୍କ ମୃତ୍ୟୁ ଅନେକ ଦ୍ଵନ୍ଦ ସୃଷ୍ଟି କରୁଛି ବୋଲି ବିଜେଡି କହିଛି।
Ad..
ରବିବାର ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ମହିଳା ନେତ୍ରୀ ପ୍ରମିଳା ମଲ୍ଲିକ, ଟୁକୁନି ସାହୁ ଓ ଲେଖାଶ୍ରୀ ସାମନ୍ତ ସିଂହାର ସାମ୍ବାଦିକ ସମ୍ମିଳନୀ କରିବା ସହିତ ଏହି ପ୍ରସଙ୍ଗରେ ମୋହନ ସରକାର ଉପରେ ବର୍ଷିଛନ୍ତି।
Ad..
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ ଆଣିଛନ୍ତି ଯେ ଏହି ଘଟଣାରେ ସରକାରୀ ଦଳର ଲୋକଙ୍କ ସମ୍ପୃକ୍ତି ଅଛି ବୋଲି ଘଟଣାକୁ ଘୋଡାଇଛନ୍ତି ସରକାର। ଘଣ୍ଟ ଘୋଡାଇବା ବ୍ୟବସ୍ଥା ସରକାରୀ କର୍ମଚାରୀ କରିଛନ୍ତି। ମାସେ ଦୁଇ ମାସ ଭିତରେ ଦୁଇଟି ଘଟଣା ଘଟିଗଲା। ଯେଉଁଥିରୁ ସ୍ପଷ୍ଟ ଯେ ମହିଳା ଏଠି ସୁରକ୍ଷିତ ନୁହନ୍ତି।
Ad..
ବଳଙ୍ଗାର ଘଟଣାକୁ ୧୫ ଦିନ ବିତିବା ସହ ପୀଡିତାଙ୍କୁ ମଧ୍ୟ ମୃତ୍ୟୁ ହେଲା ହେଲେ କୌଣସି ଅଭିଯୁକ୍ତଙ୍କୁ ଧରିପାରିଲାନି ପୋଲିସ। କିନ୍ତୁ ବିଭିନ୍ନ ମୋଡ଼ ଦେଇ ଘଟଣାକୁ ମୋଡି ନେଲେ। ପୀଡ଼ିତାଙ୍କୁ ବାହାରକୁ ନେଲେ ଚିକିତ୍ସା ପାଇଁ। ଉପମୁଖ୍ୟମନ୍ତ୍ରୀ ବୟାନ ମଧ୍ୟ ଦେଲେ।Ad..
ପୀଡ଼ିତାଙ୍କୁ ଭେଟି ଭଲ ଅଛନ୍ତି ବୋଲି କହିଥିଲେ। କିନ୍ତୁ ପୀଡିତାଙ୍କର ଯେଭଳି ମୃତ୍ୟୁ ହେଲା ତାହା ସାଧାରଣ ଲୋକଙ୍କ ମନରେ ଦ୍ବନ୍ଦ୍ୱ ସୃଷ୍ଟି କରୁଛି। ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବା ପାଇଁ ଉଦ୍ୟମ ହୋଇଛି। ସରକାରୀ ଦଳର ଲୋକେ ସମ୍ପୃକ୍ତ ଅଛନ୍ତି ବୋଲି ସନ୍ଦେହ କରାଯାଉଛି।
ଯେଉଁଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ପୀଡିତାଙ୍କ ଏଭଳି ଅବସ୍ଥାରେ ଏକୁଟିଆ ବୟାନ କେମିତି ନେଲେ।ସରକାରଙ୍କୁ ସୁହାଇବା ଭଳି ବୟାନ ନିଆଯାଇଥିଲା। ପୁଲିସ ପଦକ୍ଷେପ ନେଲା ନାହିଁ। ଚପଲ, କିରୋସିନ ବୋତଲ ମିଳିଲା କିନ୍ତୁ ଦୋଷୀ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ମଲ୍ଲିକ।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆହୁରି ମଧ୍ୟ କହିଛନ୍ତି ଶାନ୍ତି ପ୍ରିୟ ରାଜ୍ୟ ଓଡିଶା ସୁରକ୍ଷିତ ନୁହଁ ବୋଲି ଆମେରିକା କହିଲା। ଯାହା ଓଡ଼ିଶାବାସୀଙ୍କ ପାଇଁ ବେଶ ଲଜ୍ଜାଜନକ କଥା। ଡବଲ ଇଞ୍ଜିନ୍ ସରକାର ଆଗକୁ ଯାଉନି ବିପରୀତ ଦିଗକୁ ଗଡୁଛି।
ମହିଳା ମାନେ ରାସ୍ତାରେ ଚାଲିବାକୁ ଭୟଭୀତ। ବିଜେପି କର୍ମୀ ଲୋକଙ୍କୁ ଯେଉଁଭଳି ଉତ୍ପୀଡ଼ନ ଦେଉଛନ୍ତି ଲୋକେ ସେଥିରେ ଭୟଭୀତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖରେ ଆମେ ବାରମ୍ବାର ଦାବି କରିଛୁ କିନ୍ତୁ ସେ ଚୁପ୍। ଯଦି ଦିଲ୍ଲୀର ନିର୍ଦ୍ଦେଶ ଅଛି ତେବେ କହିଦିଅନ୍ତୁ।
ନିଜେ ସେ କୌଣସି ପଦକ୍ଷେପ ନେଇପାରୁ ନାହାନ୍ତି। ରାଜ୍ୟର ଶାସନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ । ମୁଖ୍ୟମନ୍ତ୍ରୀ ନିଜ ପଦରୁ ଓହରି ଯାଆନ୍ତୁ। ଆମ ଲଢେଇ ଜାରି ରହିବ ବୋଲି ପ୍ରମିଳା କହିଛନ୍ତି।
ସେହିପରି ବିଜେଡି ନେତ୍ରୀ ଟୁକୁନି ସାହୁ କହିଛନ୍ତି, ସୁଭଦ୍ରା ପାଇଁ ଉପ-ମୁଖ୍ୟମନ୍ତ୍ରୀ ବାହାବା ନେଉଛନ୍ତି କିନ୍ତୁ ଏଠି ମହିଳାଙ୍କ ସ୍ଥିତି କଣ? ମହିଳାଙ୍କ ବିକାଶ ନୁହେଁ ବିନାଶ ହେଉଛି। ଆମେ ଲଢେଇ ଜାରି ରଖିବୁ ମହିଳା ସୁରକ୍ଷାକୁ ନେଇ।
ଏଫଏମ୍ରେ ପୀଡ଼ିତା ନିଜ ଦେହରେ ନିଜେ କେମିତି ପେଟ୍ରୋଲ ଢାଳି ଜଳିଲେ , ବଳଙ୍ଗାରେ ପୀଡ଼ିତା ଜଣଙ୍କ କେମିତି ନିଜ ଦେହରେ ନିଆଁ ଲଗାଇଲେ ତାହା ରହସ୍ୟ ଘେରରେ ରହିଛି। ସରକାର ଏନେଇ ପଦକ୍ଷେପ ଗ୍ରହଣ ନକଲେ ଆମେ ରାଜ ରାସ୍ତାକୁ ଓହ୍ଲାଇବୁ ବୋଲି ଟୁକୁନି କହିଛନ୍ତି।
ସେପଟେ ବିଜେଡି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏହି ଘଟଣାରେ କହିଛନ୍ତି, ମାସେ ଭିତରେ ଦୁଇ ଦୁଇଟି ଘଟଣା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା। ଓଡ଼ିଶାରେ ନାରୀହନ୍ତା ସରକାର ଚାଲିଛି। ପୁଲିସ କିଛି କରୁନାହିଁ, ଯିଏ ଦୋଷୀକୁ ଧରିବେ ନାହିଁ ସିଏ ଏ ସରକାରରେ ରହିବ।
ମାଫିଆ ଷ୍ଟାଇଲରେ ଏଠି ଶାସନ ଚାଲିଛି। ଏବେ ବେଟି ପଢ଼ାଓ, ବେଟି ଜଳାଓ ବିଜେପି ସରକାରଙ୍କର ନୂଆ ନାରା ହୋଇଛି। ଆଉ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ପୁଲିସ ପୀଡ଼ିତା ନିଜ ଜୀବନ ନେଇଥିବା କହିବା ଅଧର୍ମ କାମ। କାହାକୁ ଘୋଡାଉଛି ପୁଲିସ? କିଏ ସେ ଝିଅକୁ ମାରିଲା?
ଘଟଣାର ରାଜନୀତିକରଣ ହୋଇସାରିଛି। ସରକାର ପ୍ରଥମେ ଘଟଣାକୁ ଚାପି ଭିନ୍ନ ମୋଡ଼ ଦେଇ ରାଜନୀତିକରଣ କରିଛନ୍ତି ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
Edited by k.s thakur...





