ମାଓବାଦୀଙ୍କ ଭୟଙ୍କର କାଣ୍ଡ ; ରେଲଓ୍ୱେ ଟ୍ରାକ୍ ଉଡାଇଦେଲେ ମାଓବାଦୀ...

ମାଓବାଦୀଙ୍କ ଭୟଙ୍କର କାଣ୍ଡ ; ରେଲଓ୍ୱେ ଟ୍ରାକ୍ ଉଡାଇଦେଲେ ମାଓବାଦୀ...


ଭୁବନେଶ୍ଵର,୦୩/୦୮ : ମାଓବାଦୀଙ୍କ ଭୟଙ୍କର କାଣ୍ଡ। ସହିଦ୍ ସପ୍ତାହରେ ରେଲଓ୍ୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ।କୋଇଡ଼ାର ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଥିବା ଟ୍ରାକ୍ ଉପରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ରେଲଓ୍ୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ। 

     Ad..


ଏହି ଘଟଣାରେ ଜଣେ ରେଲୱେ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ଉଦ୍ଧାର କରାଯାଇ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି। 

    Ad..


ଖବର ପାଇ ଘଟଣାସ୍ଥଳରେ ଆରପିଏଫ, ସିଆରପିଏଫ୍‌ ଯବାନ ଓ ରେଳ କର୍ମଚାରୀ ପହଞ୍ଚି ରେଲୱେ ଟ୍ରାକକୁ ଯାଞ୍ଚ କରି ତଦନ୍ତ ଜାରି ରଖିଛନ୍ତି।

Ad..


ଏହି ଘଟଣା ପରେ ଟ୍ରାକରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ପୋଲିସ ଟିମ୍ ପହଞ୍ଚି ତଦନ୍ତ କରୁଛି। ଖୁବଶୀଘ୍ର ଟ୍ରାକ୍ ର ମରାମତି କରାଯାଇ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରାଯିବାକୁ ବ୍ୟବସ୍ଥା ଚାଲିଛି।

Ad..





Edited by k.s thakur...

Post a Comment

Previous Post Next Post