ଗ୍ରାମ୍ୟ ଉନ୍ନୟନ/ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ଦିନିକିଆ ବରଗଡ଼ ଗସ୍ତ...
(୫୦ କୋଟି ୨୫ ଲକ୍ଷ ଟଙ୍କାର ୧୦୭୮ ଗୋଟି ପକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ )
ବରଗଡ଼,୦୩/୦୮ : ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିବା ସହ ନିଜ ବିଭାଗର ସମୁଦାୟ ୫୦ କୋଟି ୨୫ ଲକ୍ଷ ଟଙ୍କାର ୧୦୭୮ ଗୋଟି ପକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭ ଲୋକାର୍ପଣ କରିଛନ୍ତି।
Ad..
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ମହୋଦୟ ଅଧ୍ୟକ୍ଷତା କରିବା ସହ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତି ରାଜ ବିଭାଗର ବିଭିନ୍ନ ଯୋଜନା ଯଥା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ରୁରାଲ ହାଉସିଂ ଓ ଅନ୍ତଦ୍ୱୟ ଗୃହ ଯୋଜନା,ବିକଶିତ ଗାଁ ବିକଶିତ ଓଡିଶା ଯୋଜନା, ସ୍ୱଚ୍ଛ ଭାରତ ମିଶନ ଆଦିର ସର୍ଭେ ସ୍ଥିତି, ଟାର୍ଗେଟ ଏବଂ ଏଛିଭମେଣ୍ଟର ସମୀକ୍ଷା କରିଥିଲେ।
Ad..
ଏତଦବ୍ୟତୀତ ଭେଡେନ ଏବଂ ବରପାଲି ବ୍ଲକରେ ନିର୍ମାଣଧୀନ ବୃହତ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣର ପ୍ରଗତି, ଗ୍ରାମ୍ୟ ଉନ୍ନୟନ ବିଭାଗର ସେତୁ ବନ୍ଧ ଯୋଜନା କାର୍ଯ୍ୟ, ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣର ପ୍ରଗତି ପଚାରି ବୁଝି ଆଗାମୀ ଏକ ବର୍ଷ ମଧ୍ୟରେ ଜିଲ୍ଲାର ସମସ୍ତ ଗାଁକୁ ପକ୍କା ରାସ୍ତାରେ ସଂଯୋଗ କରିବା ନିମନ୍ତେ ଯୋଜନା ପ୍ରସ୍ତୁତି କରିବାକୁ ଦେଲେ ନିର୍ଦ୍ଦେଶ ଦେଇଥିଲେ।
Ad..
ଏହାପରେ ମାନ୍ୟବର ମନ୍ତ୍ରୀ ସରକାରଙ୍କ ଲକ୍ଷ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରିବା ସହ ସରକାରଙ୍କ ଭାବନା ଏବଂ ଆଭିମୁଖ୍ୟ ନେଇ ଲୋକଙ୍କୁ ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ସମସ୍ତ ଜବ କାର୍ଡ ହିତାଧିକାରୀଙ୍କୁ କାମ ଯୋଗାଇବା ସହ ଲେବର କାର୍ଡ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିବା ଏବଂ ଦାଦନ ମୁକ୍ତ ଜିଲ୍ଲା ଗଠନ କରିବା ପାଇଁ ବ୍ଲକ ୱାରୀ ଯୋଜନା ପ୍ରସ୍ତୁତ କରି ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ଲୋକଙ୍କୁ କାର୍ଯ୍ୟ ଯୋଗାଇବା ପାଇଁ ସମସ୍ତଙ୍କୁ ପ୍ରେରିତ କରିଥିଲେ।
Ad..
ସମୀକ୍ଷା ବୈଠକ ପରେ ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ବରଗଡ଼ ବ୍ଲକ ଅନ୍ତର୍ଗତ ତୁରୁଙ୍ଗା ନିକଟରେ ନିର୍ମାଣଧୀନ ଏକ ପୋଲକୁ ଯାଇ କାର୍ଯ୍ୟର ମାନ ଯାଞ୍ଚ କରିବା ପରେ ଯଦୁମଣି ଅଡିଟରୀୟମ ଠାରେ ଆୟୋଜିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ...
ପ୍ରଦର୍ଶନୀ ଷ୍ଟଲ ଗୁଡିକୁ ଉଦଘାଟନ କରିବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ୦୮ କୋଟି ୨୧ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନିର୍ମିତ ହେବାକୁ ଥିବା ଦୁଇଟି ପ୍ରକଳ୍ପ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ୦୧ କୋଟି ୫୯ ଲକ୍ଷର ୩୬ ଗୋଟି ପ୍ରକଳ୍ପକୁ ମିଶାଇ ସର୍ବମୋଟ ୦୯ କୋଟି ୮୦ ଲକ୍ଷ ଟଙ୍କାର ୩୮ ଗୋଟି ପ୍ରକଳ୍ପର...
ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ମୋଟ ୪୦ କୋଟି ୪୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟର ୧୦୩୩ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ସମାରୋହରେ ମାନ୍ୟବର ମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନା,ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ), ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଦି...
ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ, ନୂତନ ଜବ କାର୍ଡ ପ୍ରଦାନ ପ୍ରଦାନ କରିବା ସହ ଏହି ଯୋଜନା ଗୁଡିକରେ ସଫଳ ହିତାଧିକାରୀଙ୍କୁ ସମ୍ମାନିତ କରି ଓରମାସ ବରଗଡ ପକ୍ଷରୁ ଦୁଇଟି ଫୁଡ ପ୍ରଡ୍ଯୁସର ଗୃପକୁ ଏକ ଲକ୍ଷ ଟଙ୍କା ସହାୟତା ରାଶୀର ଚେକ ପ୍ରଦାନ କରିଥିଲେ।
ଏହି ଅବସରରେ ମାନ୍ୟବର ବିଧାୟକ ବରଗଡ଼ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ମାନ୍ୟବର ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ଏବଂ ମାନ୍ୟବର ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡ଼ତୀୟା...
ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ ।
Report : Bijay ku sahu
Edited by k.s thakur...





