ସାପ୍ତାହିକ 'ଗଣ ଇସ୍ତାହାର'ର ୪୫ ତମ ଜୟନ୍ତୀ ସମାରୋହ...

ସାପ୍ତାହିକ 'ଗଣ ଇସ୍ତାହାର'ର ୪୫ ତମ ଜୟନ୍ତୀ ସମାରୋହ...


(ସମାଜର ସର୍ବାଙ୍ଗୀନ ହିତ ସାମ୍ବାଦିକର ଏକମାତ୍ର ଲକ୍ଷ୍ୟ ହେବା ଉଚିତ)

ବରଗଡ଼,୦୬/୦୮ : ସମାଜର ସର୍ବାଙ୍ଗୀନ ହିତ ସାମ୍ବାଦିକର ଏକମାତ୍ର ଲକ୍ଷ୍ୟ ହେବା ଉଚିତ। ଏହା ସାଙ୍ଗକୁ ସମ୍ବାଦ ପରିବେଷଣ ସମୟରେ ସାମ୍ବାଦିକ କୁ ନିଜର ଉଭୟ ବେଗ ଓ ଦିଗ ଉପରେ ନିୟନ୍ତ୍ରଣ ରଖିବା ଦରକାର ବୋଲି ସାପ୍ତାହିକ ଖବର କାଗଜ 'ଗଣ ଇସ୍ତାହାର'ର ୪୫ ତମ ଜୟନ୍ତୀ ସମାରୋହରେ ଅତିଥି ବକ୍ତାମାନେ କହିଛନ୍ତି। 

      Ad..


ଗଣ ଇସ୍ତାହାର ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ ହୋତାଙ୍କ ସଭାପତିତ୍ବ ଓ ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର ଙ୍କ ସଂଯୋଜନାରେ ବରଗଡ଼ ମହିଳା ସମିତି ସଭା ଗୃହରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବରେ ବରଗଡ଼ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ର ପ୍ରାକ୍ତନ...

Ad..


ଅଧ୍ୟକ୍ଷ ଡ.ରବୀନ୍ଦ୍ର ଗଡତିଆ ଏବଂ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଶଙ୍କର ବଲ୍ଲଭ ମିଶ୍ର, ସାହିତ୍ୟିକ,କବି ମନୋରଞ୍ଜନ ସାହୁ, ସମାଜସେବୀ ଚନ୍ଦ୍ରଶେଖର ବାଗ, ବରିଷ୍ଠ ଆଇନଜୀବୀ ଶିରିଶ ବଲ୍ଲଭ ମିଶ୍ର ଓ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ।

    Ad..


ଅତିଥି ବକ୍ତାମାନେ ଗଣ ଇସ୍ତାହାର ଯେଭଳି ଦଳିତ, ନିଷ୍ପେସିତ, ଅବହେଳିତ ମାନଙ୍କ ନିରପେକ୍ଷ ଖବର ପ୍ରକାଶନର ମାଧ୍ୟମ ହୋଇଆସିଛି, ତାହା ଅନ୍ୟ ଖବର କାଗଜ ତଥା ସାମ୍ବାଦିକ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ଅଟେ। 

Ad..


ଦୀର୍ଘ ୪୪ ବର୍ଷର ଏହି ଯାତ୍ରାରେ କେବେ କୌଣସି ସାଲିସ ନକରି ନିରପେକ୍ଷ ଭାବରେ ନିରନ୍ତର ଖବର ପ୍ରକାଶ କରି ଚାଲିଥିବାରୁ ସମସ୍ତ ଅତିଥି ଗଣଇସ୍ତାହାର ପରିବାର କୁ ସାଧୁବାଦ୍ ଜଣାଇଥିଲେ। 

ସେମାନେ କହିଥିଲେ ଯେ, ସାମ୍ବାଦିକର ନିଜର ମଧ୍ୟ ଭାବନା ରହିଛି, ଦଳୀୟ ରାଜନୈତିକ ସଂଶ୍ଲିଷ୍ଟତା ରହିଛି ରହୁ, କିନ୍ତୁ ଖବର ପ୍ରକାଶନ ସମୟରେ ତାଙ୍କୁ ତଟସ୍ଥ ହୋଇ ନିରପେକ୍ଷ ଖବର ପ୍ରକାଶନରେ ଗୁରୁତ୍ବ ଦେବା ଦରକାର, ଯାହା ଫଳରେ ଉକ୍ତ ସାମ୍ବାଦିକଙ୍କ ସହ ତାଙ୍କ ଗଣ ମାଧ୍ୟମର ମଧ୍ୟ ପ୍ରତିଷ୍ଠାରେ କୌଣସି ଆଞ୍ଚ ଆସିବ ନାହିଁ।

ମୁଖ୍ୟ ବକ୍ତା ଡ଼: ଗଡତିଆ ଉଦବୋଧନ ଦେଇ କହିଲେ ଯେ, ତୋଷାମଦ ଓ ସ୍ତାବକତା ସାମ୍ବାଦିକ ର ଧର୍ମ ନୁହେଁ। ନିଜର ପସନ୍ଦ ନାପସନ୍ଦ, ଆଗ୍ରହ ଦୁରାଗ୍ରହ ରୁ ଉପରକୁ ଉଠି ଏକ ସୁସଂହତ ଶୃଙ୍ଖଳିତ ସମାଜ ପାଇଁ ସମ୍ବାଦପତ୍ର ସହ ସଂପୃକ୍ତ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ହେବ। 

ସମାଜର ହିତ ହିଁ ଏକମାତ୍ର ଲକ୍ଷ୍ୟ। ଆତ୍ମସଂଯମ, ନୈତିକ ମୂଲ୍ୟବୋଧ ଓ ଉଦାରତା ଜଣେ ସୁସାମ୍ବାଦିକର ଆକାଂକ୍ଷିତ ଗୁଣ ବୋଲି ସେ କହିଥିଲେ। 

ଗଣ ଇସ୍ତାହାର ର ସମ୍ପାଦକ ପ୍ରସନ୍ନ ମିଶ୍ର ସ୍ଵାଗତ ଭାଷଣରେ ପତ୍ରିକା ଦୀର୍ଘ ୪୪ ବର୍ଷର ସଂଘର୍ଷମୟ ଯାତ୍ରା କାଳରେ ନିଜର ଲକ୍ଷ୍ୟକୁ ସ୍ଥିର ଓ ମୂଲ୍ୟବୋଧ କୁ ବଜାୟ ରଖି ପାରିଛି ଏବଂ ଜନସାଧାରଣଙ୍କ ଆସ୍ଥା, ପାଠକ ପାଠିକା ମାନଙ୍କ ସ୍ନେହ ସଦିଚ୍ଛା ହିଁ ଆମର ସଂପତ୍ତି ବୋଲି କହିଥିଲେ।

ଏହି ଅବସରରେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିରେ ଉତ୍ସର୍ଗିତ ଗଣ ଇସ୍ତାହାର ର ୪୫ ତମ ଜୟନ୍ତୀ ବିଶେଷାଙ୍କକୁ ସମାଜସେବୀ କନକ ପ୍ରଧାନ ଉନ୍ମୋଚନ କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ଉତ୍ସର୍ଗୀତ ଯୋଗଦାନ ପାଇଁ ସାମ୍ବାଦିକ ରତ୍ନମଣି ଶତପଥୀ, ନିରୋଜ ପାଣୀ, ଗୋରେଖ ନାଥ ବରିହା, ବଳରାମ ପ୍ରଧାନ...

ଅଭିମନ୍ୟୁ ପଧାନ, ସୁରେନ୍ଦ୍ର କଠାର, ମନୋହର ଦାଶ, ଚନ୍ଦ୍ରମଣି ବେହେରା, ନବ ଦାଶ, ରମେଶ ପଧାନ ଏବଂ ଲେଖକ ଉତ୍ପନ୍ନ ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସସ୍ମିତା ପଟ୍ଟନାୟକ, ପ୍ରଣତି ପଣ୍ଡା, ସୌଭାଗ୍ୟ ଲକ୍ଷ୍ମୀ ମିଶ୍ର, ଶ୍ୱାଧିନୀ ଦାଶ, ସୁଷମା ପଣ୍ଡା ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post