ଗଙ୍ଗାଧର ସାରସ୍ଵତ ସମ୍ମାନ ପାଇବେ ତିନି ସାରସ୍ବତ ସାଧକ...

ଗଙ୍ଗାଧର ସାରସ୍ଵତ ସମ୍ମାନ ପାଇବେ ତିନି ସାରସ୍ବତ ସାଧକ...


ବରପାଲି,୦୬/୦୮ : ବରପାଲି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମପୀଠ କବି ତୀର୍ଥ ରେ ଆଗାମୀ ଅଗଷ୍ଟ ୦୯ ତାରିଖ ଦିନ କବିଙ୍କ ୧୬୪ତମ ଜୟନ୍ତୀ ପାଳନ ଅବସରରେ...

Ad..


ଓଡ଼ିଶାର ପ୍ରତିଷ୍ଠିତ ତିନି ଜଣ ସାରସ୍ଵତ ସାଧକ ପ୍ରଫେସର କୁମୁଦ ରଂଜନ ପାଣିଗ୍ରାହୀ, ପ୍ରଫେସର ଅଶୋକ କୁମାର ଦାଶ ଓ ଡକ୍ଟର କୁଳମଣି ବେହେରାଙ୍କୁ ଏ ବର୍ଷ "ଗଙ୍ଗାଧର ସାରସ୍ଵତ ସମ୍ମାନ" ପ୍ରଦାନ କରାଯିବା ପାଇଁ ଗଙ୍ଗାଧର ସାହିତ୍ୟ ପରିଷଦର ଏକ...

     Ad..


ସ୍ବତନ୍ତ୍ର ଅଧିବେଶନରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡକ୍ଟର ଶୁକମୁନି ମେହେର ଜଣାଇଛନ୍ତି। ପ୍ରଫେସର ଶ୍ରୀ ପାଣିଗ୍ରାହୀ ଓ ପ୍ରଫେସର ଡକ୍ଟର ଦାଶ ଦୀର୍ଘ ବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଶିକ୍ଷାଦାନ କରି ହଜାର ହଜାର ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଗଢିବା ସହ ସାରସ୍ଵତ ସାଧନାରେ ବ୍ରତୀ। 

Ad..


ଲୋକ ଧାରା, ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି , ଓଡ଼ିଆ କବିତାରେ ମିଥର ପୁନର୍ଗଠନ, ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟର ସ୍ବରୂପ ଓ ଅମୃତ ମୟ ଗଙ୍ଗାଧର ଶ୍ରୀ ପାଣିଗ୍ରାହୀଙ୍କ ଉଲ୍ଲେଖନୀୟ କୃତି ଭାବେ ପରିଗଣିତ ହେଉଥିବାବେଳେ "କହି ତ ନୁହ ଇ ଭାରତୀରେ" "ସାହିତ୍ୟ କୋଷ "ଓ  "କଥିତ ଓଡ଼ିଆ ଶବ୍ଦ କୋଷ "ଓ "ମଧୁମୟ ଗଙ୍ଗାଧର "ରଚନା କରି ଡକ୍ଟର ଅଶୋକ କୁମାର ଦାଶ ଯଶସ୍ୱୀ ହୋଇଛନ୍ତି। 

Ad..


ସେହିପରି"ରୋମାଣ୍ଟିକ ଯୁଗୀୟ ଚେତନାର ଆଲୋକରେ ସ୍ବଭାବ କବି ଗଙ୍ଗାଧର ମେହେର " ଉପରେ ନିବନ୍ଧ ଲେଖି ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି ଶ୍ରୀ କୁଳମଣି ବେହେରା। ବହୁ ସାହିତ୍ୟ ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ଓ ପ୍ରଶଂସିତ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post