ରାଣା ପ୍ରତାପ ସ୍କୁଲ ରେ ସଂସ୍କୃତ ସପ୍ତାହ ପାଳନ ର ଶୁଭାରମ୍ଭ ; ସଂସ୍କୃତ କଥୋପକଥନ ପାଇଁ ସାମୁହିକ ସଂକଳ୍ପ...
ବରଗଡ଼,୦୬/୦୮ : ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ଅଗଷ୍ଟ ୬ ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ର ସମସ୍ତ ବିଦ୍ୟାଳୟ ରେ ସଂସ୍କୃତ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟ ରେ ସଂସ୍କୃତ ସପ୍ତାହ ର ଶୁଭାରମ୍ଭ ହୋଇ ଯାଇଛି।
Ad..
ସଂସ୍କୃତ ଶିକ୍ଷକ ଗୋପବନ୍ଧୁ ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷୟିତ୍ରୀ ଗୀତା ଜାଲ...
Ad..
ବବିତା ନାଏକ ଦୀପିକା କୁଲୁ ପ୍ରମୁଖ ଯୋଗ ଦେଇ ଏହି ସପ୍ତାହ ପାଳନ ର ମହତ୍ବ ସମ୍ବନ୍ଧ ରେ ଉଲ୍ଲେଖ କରି ନିଜ ନିଜ ପରିଚୟ ସଂସ୍କୃତ ଭାଷା ରେ ଦେଇଥିଲେ ।
Ad..
ପ୍ରଥମ ଦିବସ ରେ ସମସ୍ତ ଛାତ୍ର ଛାତ୍ରୀ ନିଜ ନିଜ ପରିଚୟ ସଂସ୍କୃତ ଭାଷା ରେ ଦେଇଥିବା ବେଳେ ସଂକଳ୍ପ ମନ୍ତ୍ର ସାମୁହିକ ପାଠ କରିଥିଲେ।
Ad..
ପ୍ରତିଦିନ ସଂସ୍କୃତ ଭାଷା ସମ୍ବନ୍ଧୀୟ କିଛି କିଛି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଆସନ୍ତା ୧୨ ତାରିଖ ଦିନ ଏହି ସପ୍ତାହ ର ଉଦଯାପନୀ ସମାରୋହ ହେବ ବୋଲି ବିଦ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି।
Report : Bijay ku sahu
Edited by k.s thakur...





