ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଡକାୟତି ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ : ଗୋଟିଏ ଦେଶୀ ବନ୍ଧୁକ, ୨ଟି ପିସ୍ତଲ, ୧୩ଟି ଜୀବନ୍ତ ଗୁଲି ଜବତ...

ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଡକାୟତି ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ : ଗୋଟିଏ ଦେଶୀ ବନ୍ଧୁକ, ୨ଟି ପିସ୍ତଲ, ୧୩ଟି ଜୀବନ୍ତ ଗୁଲି ଜବତ...


ଝାରସୁଗୁଡ଼ା,୦୭/୦୮ : ଓଡ଼ିଶା ଝାରସୁଗୁଡ଼ା ସୀମାନ୍ତ ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଡକାୟତି ଘଟଣାରେ ପୁଲିସକୁ ସଫଳତା ମିଳିଛି। 

      Ad..


ଘଟଣାର ପ୍ରାୟ ୧୫ ଦିନ ପରେ ପୁଲିସ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ପିସ୍ତଲ, ୧୩ଟି ଜୀବନ୍ତ ଗୁଳି...

       Ad..


ଡକାୟତି ବେଳେ ଅଭିଯୁକ୍ତମାନେ ପିନ୍ଧିଥିବା ହେଲମେଟ୍, ବ୍ୟବହାର କରିଥିବା ବାଇକ ସମେତ ଲୁଟ ହୋଇଥିବା ୭୪ ହଜାର ଟଙ୍କାରୁ ୪୬ ହଜାର ଟଙ୍କା ଜବତ କରାଯାଇଛି।

Ad..


ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ଜୁଟମିଲ ଥାନାଞ୍ଚଳର ବୀରେନ୍ଦର ସିଂ (୩୯), ପପ୍ପୁ ଓରଫ ପ୍ରଭାତ ସିଂ (୪୫), ଝାରଖଣ୍ଡ ରାଞ୍ଚିର ଏମଡି ଇସ୍ରାଫିଲ ଆଲମ(୪୨) ଓ ହସନ ଆନସାରୀ (୩୪)।

Ad..


ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଅଭିଯୁକ୍ତମାନେ ହେଲମେଟ୍ ପିନ୍ଧି ବ୍ୟାଙ୍କରେ ପ୍ରବେଶ କରିବା ସହ ବନ୍ଧୁକ ମୁନରେ ନଗଦ ୭୪, ୯୫୦ ଟଙ୍କା, ୪୪. ୬ ଗ୍ରାମ ଓଜନର ସୁନା ଗହଣା ଲୁଟ୍ କରି ଫେରାର ହୋଇଯାଇଥିଲେ।





Edited by k.s thakur...

Post a Comment

Previous Post Next Post