ନୃସିଂହନାଥ ରେ ନୁଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ...

ନୃସିଂହନାଥ ରେ ନୁଆଁଖାଇ  ପାଇଁ ଲଗ୍ନ ଧାର୍ଯ୍ୟ...


ପାଇକମାଳ,୦୯/୦୮ : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଓ ପବିତ୍ର ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ବିରାଜମାନ ମହାପ୍ରଭୁ ମାର୍ଜ୍ଜାରକେଶରୀଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରିବା ପାଇଁ...

      Ad..


ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ସ୍ଥାନୀୟ ପଣ୍ଡିତ ମହାସଭା ଓ ନୃସିଂହନାଥ ପ୍ରଶାସନ ଦ୍ୱାରା ଲଗ୍ନ ଧାର୍ଯ୍ୟ କରାଯାଇଛି । କୁଳ ପୁରୋହିତ ସୁନୀଲ ପୁରୋହିତ ଓ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ର କାର୍ଯ୍ୟନିର୍ବାହୀ ଅଧିକାରୀ..

       Ad.. 


ପୁରୁଷୋତ୍ତମ ପ୍ରଧାନଙ୍କ ସୂଚନା ମୁତାବକ ଆସନ୍ତାନୃସିଂହନାଥ ରେ ନୁଆଁଖାଇ ଲାଗି ବାହାରିଲା ଲଗନ ତା.୨୮.୦୮.୨୦୨୫ ଗୁରୁବାର ଦିନ ର ଘ.୧୧.୫୧ମିନିଟ ୦୭ ସେକେଣ୍ଡ ରୁ ଘ.୧୨.୨୧ମିନିଟ ଭିତରେ ମହାପ୍ରଭୁ ଶ୍ରୀ ଶ୍ରୀ ମାର୍ଜାର କେଶରୀ ନୃସିଂହନାଥ ଙ୍କ ଠାନେ... 

Ad..


ନବାନ୍ନ ଲାଗି ମଧ୍ୟରେ ରୀତିନୀତି ଅନୁସାରେ ମହାପ୍ରଭୁ ଓ ପାର୍ଶ୍ୱ ଦେବାଦେବୀ ମାନଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ । ଆଜି ନବାନ୍ନ ଲଗ୍ନ ଧାର୍ଯ୍ୟ ଅବସରରେ ଆୟୋଜିତ ବୈଠକରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ର ସଭାପତି...

Ad..


ଗିରିଶ ଚନ୍ଦ୍ର ନାୟକ, ମାତୃ ପ୍ରସାଦ ରଥ ,ସୁବଳ ପଣ୍ତା, ରଂକମଣି ଦେବତା, ପ୍ରେମାନନ୍ଦ ଦେବତା, ସତ୍ୟ ପୁରୋହିତ, ସନ୍ତୋଷ କୁମାର ପାଢି,ବିଶ୍ବରଞ୍ଜନ ଦାସ, ରଘୁବିର ତ୍ରିପାଠୀ   ପ୍ରମୁଖ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post