ମହୁଲପାଲିଠାରେ ଶ୍ରାବଣ ପୂର୍ଣିମାରେ ଅଙ୍ଗ ଆଳତୀ...
ପଦମପୁର,୦୯/୦୮ : - ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ତା.୦୯.୦୮.୨୦୨୫ ଶନିବାର ଶ୍ରାବଣ ପୂର୍ଣିମା ଅବସରରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ଐତିହାସିକ ୧୨ଶ ଅଙ୍ଗ ଆଳତୀ କରାଯାଇଅଛି।
Ad..
ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି। ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଶ୍ରୀ ଆଶୁତୋଷ ପାଣିଗ୍ରାହୀ ଜ୍ୟୋତିଷ ପ୍ରବୀଣଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମହୁଲପାଲି ସ୍ଥିତ ଶିବ ମନ୍ଦିର ଘାଟରେ ଅଙ୍ଗ ଆଳତୀ ଅନୁଷ୍ଠିତ ହୋଇଛି।
Ad..
ମୁଖ୍ୟ କର୍ତ୍ତା ଭାବରେ ଶ୍ରୀ ନରେନ୍ଦ୍ର ମହାପାତ୍ର ସହଧର୍ମିଣୀ ରୋଜି ମହାପାତ୍ର କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ଏହି ଆଳତୀ ସମୟରେ ଘଣ୍ଟ,ଶଙ୍ଖ ଓ ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ମନ୍ତ୍ରପାଠ ସମଗ୍ର ପରିବେଶକୁ ମୁଖରୀତ କରିଥିଲା।
Ad.
ଏହି ଅବସରରେ ପଣ୍ଡିତ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପଣ୍ଡିତ ଖଗେଶ୍ବର ତ୍ରିପାଠୀ, ପଣ୍ଡିତ ଆନନ୍ଦ ମିଶ୍ର, ଅନିଲ ପଣ୍ଡା, ବାବୁଲ ପଣ୍ଡା, ନରେନ୍ଦ୍ର ମହାପାତ୍ର, ଭବାନୀ ଶଙ୍କର ମହାପାତ୍ର, ଦୁଷ୍ମନ୍ତ (କୁଶ) ସାହୁ, ପ୍ରତାପ ନାଥ, ମଣ୍ଟୁ ଦାସ, ଅନାଦି ସାହୁ, ତୁଳରାମ ସାହୁ, ଦେବାଧି ମେହେର...
Ad..
ଟୁନା ସାହୁ, ପ୍ରଶାନ୍ତ ସାହୁ, ପଞ୍ଚମ ସାହୁ, ଅକ୍ଷୟ ଦାଶ, ନାରାୟଣ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ଦୀପକ ଭୋଇ, ସମୀର ଦୋରା, ବାବୁଲାଲ ସାହୁ ଓ ମହୁଲପାଲି ଗ୍ରାମର ମାତୃ ମଣ୍ଡଲି ଉପସ୍ଥିତ ରହି ଆଳତୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ପରିଶେଷରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।
Report : Bijay ku sahu
Edited by k.s thakur...





