ଟୁଗେଦର ଫର୍ ପ୍ଲେଜର ଗ୍ରୁପ ଆନୁକୁଲ୍ୟରେ ଗଙ୍ଗାଧର ସାହିତ୍ୟ ଆଲୋଚନା ଚକ୍ର...

ଟୁଗେଦର ଫର୍ ପ୍ଲେଜର ଗ୍ରୁପ ଆନୁକୁଲ୍ୟରେ ଗଙ୍ଗାଧର ସାହିତ୍ୟ ଆଲୋଚନା ଚକ୍ର...


ବରଗଡ଼,୧୦/୦୮ : ଭଟଲି ଛକ ନିକଟସ୍ଥ ସ୍ଥାନୀୟ ଆର୍ ଏସ ଏସ ଭବନ ପରିସର ରେ ଟୁଗେଦର ଫର୍ ପ୍ଲେଜର ଗ୍ରୁପ ଆନୁକୁଲ୍ୟରେ ସ୍ଵଭାବ କବି ଗଙ୍ଗାଧର ମେହେର ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।

        Ad..


ପୂର୍ବତନ ଜିଲ୍ଲା ଶିକ୍ଷା ନୀରିକ୍ଷକ ତଥା ଗ୍ରୁପ ର ବରିଷ୍ଠ ସଦସ୍ୟ ଅକ୍ଷୟ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ଆଲୋଚନା ଚକ୍ର ରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପ୍ରଧାନ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦାଶରଥି ସାହୁ ପ୍ରମୁଖ ଯୋଗ...

      Ad..


ଦେଇ ଗଙ୍ଗାଧର ସାହିତ୍ୟ ର ବିଭିନ୍ନ ଦିଗ  ଉପରେ ବିସ୍ତୃତ ଆଲୋଚନା କରିଥିଲେ ।ଏହି ଅବସର ରେ ବରିଷ୍ଟ ସଦସ୍ୟ  ଦେବାର୍ଚ୍ଚନ ସା "ପ୍ରଣୟ ବଲ୍ଲରୀ" ଭୁବନାନନ୍ଦ ପ୍ରଧାନ "ତପସ୍ଵିନୀ" କାବ୍ୟ ରେ ସୀତା ଙ୍କ ଚରିତ୍ର ଚିତ୍ରଣ,କେଶବ ପ୍ରଧାନ ଗଙ୍ଗାଧର ଙ୍କ କ୍ଷୁଦ୍ର କବିତା ସମୂହ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

Ad..


ଗଙ୍ଗାଧର ଙ୍କ ରଚିତ କବିତା ପାଠ ରେ ବରିଷ୍ଟ ସଦସ୍ୟ ମୋହିନୀ   ମୋହନ ବେହେରା,ରାଜେନ୍ଦ୍ର ନାରାୟଣ ମେହେର, ପ୍ରମୁଖ ଅଂଶ ଗ୍ରହଣ କରି କବିତା ପାଠ କରିଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ କପିଲ ବାଗ  ଗଙ୍ଗାଧର ଙ୍କ ରଚିତ ପଦ୍ୟ କୁ ବିଭିନ୍ନ ଭାଷା ରେ ଅନୁବାଦ କରି ସୁଲଳିତ କଣ୍ଠ ରେ ଆବୃତ୍ତି କରିଥିଲେ।

Ad..


ଭୁବନାନନ୍ଦ ପ୍ରଧାନ ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ରେ  ରକ୍ଷା ବନ୍ଧନ ର ମହତ୍ବ ସମ୍ବନ୍ଧ ରେ ବିନୋଦ ପଣ୍ଡା ଆଲୋଚନା କରିଥିଲେ ।ରାଜ କୁମାର ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post