ମାଲ୍‌ଗାଡିରୁ ଅଲଗା ହୋଇଗଲା ୫ଟି ଡବା ; ଖଡ଼ଗପୁର ଡିଭିଜନ ମାର୍କୋଣା ଷ୍ଟେସନ ନିକଟ ଘଟଣା...

ମାଲ୍‌ଗାଡିରୁ ଅଲଗା ହୋଇଗଲା ୫ଟି ଡବା ; ଖଡ଼ଗପୁର ଡିଭିଜନ ମାର୍କୋଣା ଷ୍ଟେସନ ନିକଟ ଘଟଣା...


ସିମୁଳିଆ, ୧୮/୦୮ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ ମାର୍କୋଣା ଷ୍ଟେସନ ନିକଟ ଲେବୁଲ କ୍ରସିଂ ଠାରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା। ମାଲ୍‌ଗାଡିରୁ ଅଲଗା ହୋଇଗଲା ୫ଟି ଡବା। 

Ad..


ଏସମ୍ପର୍କରେ ଜଣାପଡ଼ିବା ପରେ ତୁରନ୍ତ ଲେବୁଲ କ୍ରସିଂକୁ ବନ୍ଦ ରଖା ଯାଇଥିଲା। ଯାନ୍ତ୍ରିକ ଟିମ୍ ଟ୍ରେନ୍ ମରାମତି କରିବା ପରେ ମାଲବାହୀ ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା। 

Ad..


ସୂଚନାନୁଯାୟୀ, ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ ମାର୍କୋଣା ଷ୍ଟେସନ ନିକଟ ଲେବୁଲ କ୍ରସିଂ ଠାରେ ସୋମବାର ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନଟି ଲେବୁଲ କ୍ରସିଂ ଅତିକ୍ରମ କରିବା ସମୟରେ ହଠାତ୍ ଶେଷ ଆଡୁ ପାଞ୍ଚୋଟି ଡବା ମାଲ୍‌ଗାଡିରୁ ଅଲଗା ହୋଇଯାଇଥିଲା। 

Ad..


ବଗି ଅଲଗା ହେବା ସମ୍ପର୍କରେ ଜାଣିବା ପରେ ଲେବୁଲ କ୍ରସିଂ ସିଗନାଲ ଅଫିସର, ଲୋକ ପାଇଲଟ ଏବଂ ଷ୍ଟେସନ ମାଷ୍ଟର ଉଭୟ ପରସ୍ପର ସହ ଯୋଗାଯୋଗ କରିଥିଲେ।

Ad..


ତୁରନ୍ତ ଆରପିଏଫ୍ ମୁତୟନ କରାଯାଇ ଲେବୁଲ କ୍ରସିଂକୁ ବନ୍ଦ ରଖା ଯାଇଥିଲା। ଲୋକ ପାଇଲଟ ଇଞ୍ଜିନକୁ ପଛାଇ ପଛାଇ ଛିଡି ଯାଇଥିବା ଡବା ନିକଟକୁ ଆଣିବା ପରେ ଯାନ୍ତ୍ରିକ ଟିମ୍ ଉଭୟକୁ ସଂଯୋଗ କରିଥିଲେ। 

Ad..


ଏହାପରେ ମାଲବାହୀ ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା। ଏଥିପାଇଁ ଲେବୁଲ କ୍ରସିଂ ନିକଟରେ ପ୍ରାୟ ତିରିଶ ମିନିଟରୁ ଅଧିକ ସମୟ ଧରି ଫାଟକକୁ ବନ୍ଦ ରଖା ଯାଇଥିଲା।



Edited by k.s thakur...

Post a Comment

Previous Post Next Post