Big news : ନଭେମ୍ବରରୁ ଆରମ୍ଭ ହେବ ପିଏମ୍ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା...
ଭୁବନେଶ୍ଵର,୧୮/୦୮ : ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ୍ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା । ଆଜି ଏନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ।ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀଙ୍କୁ ପିଏମ୍ ଆବାସ ଗୃହ ବଣ୍ଟାଯିବ।
Ad..
ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଘର ପାଇବେ ହିତାଧିକାରୀ। ଏହା ସହ ଭାଗ ହୋଇଥିବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବି ପିଏମ୍ ଆବାସ ଗୃହ ଦିଆଯିବ।ଏହା ସହ ଉପରିସ୍ଥ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ।
Ad..
ସେ କହିଛନ୍ତି ସମୟ ଅବଧି ଭିତରେ କାମ ନ ସରିଲେ ଦାୟୀ ରହିବେ ଅଧିକାରୀ। ସମୟରେ କାମ ନ ସାରିଲେ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ।
Ad..
୨୦୩୬ ସୁଦ୍ଧା ୩୦ରୁ ୪୦ ହଜାର କିମି ରାସ୍ତା ତିଆରି ପାଇଁ ଲକ୍ଷ୍ୟ ରହିଛି। ସେତୁ ବନ୍ଧନ ଯୋଜନାରେ ୫୦୦ ସେତୁ ନିର୍ମାଣ କରିବାକୁ ଯୋଜନା ଅଛି ।
Edited by k.s thakur...
Tags:
Bhubaneswar
latest news
latest update
minister nabi Nayak
November
odisha daily current affairs
pmay




