ଗଙ୍ଗାଧର ଜ୍ୟୋତିଯାତ୍ରା-୨୦୨୫ ପାଇଁ ବ୍ୟାପକ ପ୍ରସ୍ତୁତି...
ବରଗଡ଼/ସତଲମା,୦୫/୦୮ :- ଆଗାମୀ ଅଗଷ୍ଟ ୯ ତାରିଖ ହେଉଛି ପବିତ୍ର ଶ୍ରାବଣ ପୂର୍ଣ୍ଣିମା । ଏହିଦିନ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀ।
Ad..
ଏହି ପରିପ୍ରେକ୍ଷୀରେ ଗଙ୍ଗାଧର ମେହେର ଜ୍ୟୋତିଯାତ୍ରା-୨୦୨୫ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜନ୍ମପୀଠ ବରପାଲିର କବିଭବନରୁ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଭବ୍ୟ ଜ୍ୟୋତିଯାତ୍ରା କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି।
Ad..
ପ୍ରତୀବର୍ଷ ପରି ଚଳିତବର୍ଷ ମଧ୍ୟ ଗଙ୍ଗାଧର ଜ୍ୟୋତିଯାତ୍ରା-୨୦୨୫ ବରଗଡ଼ କମିଟୀ ତରଫରୁ ଅନୁଷ୍ଠିତ ହେବ । ଏଥିପାଇଁ ସ୍ଥାନୀୟ ଏମ୍. ଆର୍. ପ୍ରେସ୍, ବରଗଡ଼ଠାରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି।
Ad..
ଗଙ୍ଗାଧର ଜ୍ୟୋତିଯାତ୍ରା କମିଟିର ମାନନୀୟ ସଦସ୍ୟମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଚଳିତବର୍ଷ ଜ୍ୟୋତିଯାତ୍ରାକୁ କିପରି ଆହୁରି ଭବ୍ୟ କରାଯାଇ ପାରିବ ସେ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ବୈଠକରେ ସର୍ବସମ୍ମତି କ୍ରମେ ଚଳିତବର୍ଷ ବରପାଲିସ୍ଥିତ କବିଙ୍କ ବାସଭବନରୁ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଜ୍ୟୋତିଯାତ୍ରା ଯିବ ବୋଲି ନିଷ୍ପତ୍ତି ହୋଇଛି।
Ad..
ଏହି ପ୍ରସ୍ତୁତି ବୈଠକରେ କମିଟିର ମାନନୀୟ ସଦସ୍ୟ ସୁସାହିତ୍ୟିକ ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ଡ. ଦୂର୍ବାଦଳ ମେହେର, ସୁସାହିତ୍ୟିକ ମନୋରଞ୍ଜନ ମେହେର, ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ଡ. ତପସ୍ୱିନୀ ଗୁରୁ, ସଂସ୍କୃତ ବିଦ୍ୱାନ୍ ଶିକ୍ଷକ ଗୋପବନ୍ଧୁ ପୁରୋହିତ, ବିଶିଷ୍ଟ ସଂଗଠକ ସଞ୍ଜୀବ ମହାପାତ୍ର, ପ୍ରାଧ୍ୟାପକ ପାଣ୍ଡବ ବେହେରା, ଶିକ୍ଷକ କପିଳ ବାଗ, ଆଶୁକବି ଜଟାଧାରୀ ପଧାନ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତ ରଖିଥିଲେ।
ସେହିପରି ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ବେହେରାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଏ ସମ୍ପର୍କରେ ଏକ ସଭା ହୋଇଥିଲା । ସଭାରେ ଗଙ୍ଗାଧର ଜ୍ୟୋତିଯାତ୍ରା ବିଦ୍ୟାଳୟରେ ପହଞ୍ଚିବା ପରେ କି କି କାର୍ଯ୍ୟକ୍ରମ କରାଯିବ, କିପରି ଜ୍ୟୋତିଯାତ୍ରାର ଭବ୍ୟ ସ୍ୱାଗତ କରାଯାଇ ପାରିବ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା।
ସଭାରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲିଙ୍ଗରାଜ ବେହେରା, ଅଧ୍ୟାପକ ଲୋକବନ୍ଧୁ ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ ଅରୁନ୍ଧତୀ ଭୋଇ, ଜିଲ୍ଲା ପରିବେଶ ସମିତିର ସଭାପତି ତେଜରାଜ ଭୋଇ, ଜିଲ୍ଲା ପରିବେଶ ସମିତିର ସମ୍ପାଦକ ମୋହନ ଚାନ୍ଦ ପଧାନ, ପ୍ରଧାନ ଶିକ୍ଷକ ଡୋଳାମଣି ପଟେଲ, ଅଧ୍ୟାପକ ଭରତ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଜ୍ୟୋତିଯାତ୍ରାକୁ ହାର୍ଦିକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାକୁ ସୁଚିନ୍ତିତ ପରାମର୍ଶ ଓ ପ୍ରତିଶ୍ରୁତି ଦେଇଥିଲେ।
ସଭାରେ ଜ୍ୟୋତିଯାତ୍ରା କମିଟୀ ତରଫରୁ ବିଶିଷ୍ଟ ସାମ୍ବାଦିକ ସର୍ବଶ୍ରୀ ରକ୍ଷାକାରୀ ବିଶି, ସୁସାହିତ୍ୟିକ ମନୋରଞ୍ଜନ ମେହେର, ସୁସାହିତ୍ୟିକ ଡ. ଦୂର୍ବାଦଳ ମେହେର, ଚଳଚ୍ଚିତ୍ର ଅଭିନେତ୍ରୀ ଡ. ତପସ୍ୱିନୀ ଗୁରୁ, କୋଶଲ ଟାଇମ ସଂପାଦକ ସଞ୍ଜୀବ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଜ୍ୟୋତିଯାତ୍ରା ସମ୍ପର୍କରେ ବିଶଦ୍ ସୂଚନା ପ୍ରଦାନ କରିଥିଲେ।
ଏହି ଜ୍ୟୋତିଯାତ୍ରା କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀରେ କବିଙ୍କ ଜନ୍ମପୀଠ ବରପାଲି କବିଭବନରୁ ଦିବା ଘ.୧୦. ୩୦ମି.ରେ ବାହାରି ଲିଟିଲ୍ ଏଞ୍ଜେଲ ପବ୍ଲିକ ସ୍କୁଲ, ଗଙ୍ଗାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବରପାଲି ମହାବିଦ୍ୟାଳୟ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ବରପାଲି ଜଗନ୍ନାଥ ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ...
ଆଦର୍ଶପଲ୍ଲୀ ବରପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାରଙ୍ଗପାଲି ଭକ୍ତକବି କୃଷ୍ଣକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାରଙ୍ଗପାଲି ସେବାଶ୍ରମ ବିଦ୍ୟାଳୟ ତଥା ସିକିର୍ଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଇ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟାହ୍ଣରେ ପହଞ୍ଚିବାର ସ୍ଥିରୀକୃତ ହୋଇଅଛି ।
ଉଲ୍ଲେଖନୀୟ ଯେ, ଏହିବର୍ଷ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ତରଫରୁ ବ୍ୟାସକବି ଫକୀରମୋହନଙ୍କ ଜନ୍ମପୀଠ ବାଲେଶ୍ୱରରୁ ସ୍ବଭାବକବି ଗଙ୍ଗାଧରଙ୍କ ଜନ୍ମପୀଠ ବରପାଲିକୁ ଗଙ୍ଗାଧରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପୂର୍ତ୍ତି ଉପଲକ୍ଷ୍ୟେ ଆସୁଥିବା ସାରସ୍ୱତ-ସଂପ୍ରୀତି ଯାତ୍ରାର ଯାତ୍ରୀ ବହୁ ବିଶିଷ୍ଟ ସୁସାହିତ୍ୟିକ, ସାହିତ୍ୟିକାମାନେ ମଧ୍ୟ ଏହି ଜ୍ୟୋତିଯାତ୍ରାରେ ସାମିଲ ହୋଇ ଏ ଉପଲକ୍ଷ୍ୟେ ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ୱତ ସଭାରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଅଛି ।
ଏହା ସହ ଏହି ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଦିତ୍ୟ ଗୋଏଲ, ବରେଣ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲା ପୋଲିସ୍ ସୁପରିନଟେଣ୍ଡେଣ୍ଟ ଶ୍ରୀଯୁକ୍ତ ପ୍ରହ୍ଲାଦ ସାହାଇ ମୀନା, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ୍ ଓ ନାଟ୍ୟକାର ଡକ୍ଟର ଉମେଶ ଚନ୍ଦ୍ର ଶତପଥୀ, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ସାରଙ୍ଗଧର ତ୍ରିପାଠୀ...
ଶ୍ରୀଯୁକ୍ତ ଦୀପକ ବୋଷ, ଡକ୍ଟର ଦୂର୍ବାଦଳ ମେହେର, ସାମ୍ବାଦିକ ରକ୍ଷାକାରୀ ବିଶି, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ଡକ୍ଟର ତପସ୍ୱିନୀ ଗୁରୁ, ବାଗ୍ମୀ ଅଧ୍ୟାପକ ଶ୍ରୀଯୁକ୍ତ ଲୋକବନ୍ଧୁ ପ୍ରଧାନ ଏବଂ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲିଙ୍ଗରାଜ ବେହେରା ତଥା ସ୍ୱଭାବକବିଙ୍କ ସାହିତ୍ୟିକ ପ୍ରପୌତ୍ର ଶ୍ରୀଯୁକ୍ତ ମନୋରଞ୍ଜନ ମେହେର ପ୍ରମୁଖ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଅଛି । ଏହି ବର୍ଷ ମହାନ୍ କବି ମେହେରଙ୍କ ପ୍ରତୀକ ଜ୍ୟୋତି ସତଲମା ଗ୍ରାମକୁ ଆସୁଥିବାରୁ ଗ୍ରାମରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି ।
Report : Bijay ku sahu
Edited by k.s thakur...





