ଦୁର୍ନୀତି ସହ ଯୋଡ଼ି ହୋଇଥିବା ବନ ଅଧିକାରୀ ମନ ବଦଳାନ୍ତୁ ; କିଛି ଅଧିକାରୀଙ୍କ ଯୋଗୁଁ ବଦନାମ ହେଉଛି ଜଙ୍ଗଲ ବିଭାଗ : ମୁଖ୍ୟମନ୍ତ୍ରୀ...

ଦୁର୍ନୀତି ସହ ଯୋଡ଼ି ହୋଇଥିବା ବନ ଅଧିକାରୀ ମନ ବଦଳାନ୍ତୁ ; କିଛି ଅଧିକାରୀଙ୍କ ଯୋଗୁଁ ବଦନାମ ହେଉଛି ଜଙ୍ଗଲ ବିଭାଗ : ମୁଖ୍ୟମନ୍ତ୍ରୀ...


ଭୁବନେଶ୍ବର,୦୫/୦୮ : ଡି ଏଫ ଓ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ ଅଧିକାରୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଦୁର୍ନୀତି ସହ ଯୋଡ଼ି ହୋଇଥିବା ଅଧିକାରୀ ମନ ବଦଳାନ୍ତୁ। କିଛି ଅଧିକାରୀଙ୍କ ଯୋଗୁଁ ବଦନାମ ହେଉଛି ଜଙ୍ଗଲ ବିଭାଗ। 

      Ad..


ଅଧିକ ରୋଜଗାର ଆଶାରେ ଦୁର୍ନୀତି କରୁଛନ୍ତି। ଦୁର୍ନୀତିକୁ ନେଇ ସରକାର ଶୂନ୍ୟ ସହନଶୀଳତା ନୀତି ରଖିଛନ୍ତି। ବିଭାଗର ଦୁର୍ନୀତି ଟିଭିରେ ଯେମିତି ଚିତ୍ରଣ ହେଉଛି, ତାହା ହେବା କଥା ନୁହେଁ। ସରକାରଙ୍କୁ ଗାଳି ଦେଲେ ଵି ସରକାର ତାଙ୍କ କାମ କରିବେ। 

      Ad..


ଆଦିବାସୀଙ୍କ ସହ ସଂଘର୍ଷ ବଦଳରେ ସମ୍ପର୍କ ଗଢ଼ନ୍ତୁ। ଆବଶ୍ୟକ ପଡିଲେ ଏହି ଆଦିବାସୀ ଜଙ୍ଗଲ ବିଭାଗର ଇନଫରମର ହେବେ।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୨୦୦୬ରେ କେନ୍ଦୁଝରର ଗୁପ୍ତଗଙ୍ଗାରେ ୨୦ ରୁ ୨୫ ଜୁଆଙ୍ଗ ଆଦିବାସୀଙ୍କୁ ଗିରଫ କରି ଶହେରୁ ଅଧିକ ଦିନ ଜେଲରେ ରଖା ଯାଇଥିଲା।

Ad..


କେତେ ବଡ଼ ଅପରାଧ ସେମାନଙ୍କର ଥିଲା? ଯେଉଁମାନେ ମାଫିଆ ସାଜି ମୂଲ୍ୟବାନ ଗଛ କାଟି ବିକ୍ରି କରୁଛନ୍ତି ଆମର କିଛି ଲୋକ ଯୋଗୁଁ ସେମାନେ ଖସି ଯାଉଛନ୍ତି।ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ସହ ଏହାର ସୁରକ୍ଷା ଦିଗରେ କାମ କରିବାକୁ ଡି ଏଫ ଓ ମାନଙ୍କୁ ଆହ୍ୱାନ ଦେଇମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଏକ ପେଡ ମାକେ ନାମ କାର୍ଯ୍ୟକ୍ରମରେ ୬ କୋଟି ୫୨ ଲକ୍ଷ ଗଛ ଲାଗିଛି। 

Ad..


ଚଳିତ ବର୍ଷ ଆହୁରି ଏକ କୋଟି ଗଛ ଲଗାଇବାକୁ ଯୋଜନା କରାଯାଇଛି।ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ। ସେହିଦିନ ଓଡ଼ିଶା ଆସିବାକୁ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବି କହିଛନ୍ତି ମୁଖ୍ୟମନ୍ତ୍ରୀ।

ବନ୍ୟଜନ୍ତୁ ଶିକାର ନେଇ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବାଘ,ହାତୀଙ୍କୁ ଶିକାରୀ, ଶିକାର କରି ନେଇ ଚୋରା ଚାଲାଣ କରୁଛନ୍ତି। ୧୦ବର୍ଷରେ ୭୭୯ଟି ହାତୀ ମରିଛନ୍ତି। ମୂଲ୍ୟବାନ ଜନ୍ତୁ ଜଙ୍ଗଲରେ ଜୀବିତ ରହିବା ଉପରେ ବଡ଼ ପ୍ରଶ୍ନ ଉଠୁଛି। ସେମାନଙ୍କୁ ସୁରକ୍ଷା ଦିଅ। 

ହାତୀଙ୍କ ଖାଦ୍ୟ ପାଇଁ ଜଙ୍ଗଲ ଭିତରେ ହେବ ଧାନ ଚାଷ। ବିଲ ତିଆରି କରି ଜଙ୍ଗଲରେ ରହୁଥିବା ଅଧିବାସୀମାନଙ୍କୁ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।



Edited by k.s thakur...

Post a Comment

Previous Post Next Post