କୋଶଲ ଟାଇମ ଆନୁକୁଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ତଥା ପ୍ର.ଘନଶ୍ୟାମ ଦାଶଙ୍କ ସ୍ମୃତିସଭା ଓ ଚିତ୍ରକଳା କର୍ମଶାଳା...

କୋଶଲ ଟାଇମ ଆନୁକୁଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ତଥା ପ୍ର.ଘନଶ୍ୟାମ ଦାଶଙ୍କ ସ୍ମୃତିସଭା ଓ ଚିତ୍ରକଳା କର୍ମଶାଳା...


ବରଗଡ଼,୧୧/୦୮ : ଗଙ୍ଗାଧର ଥିଲେ  ହୀରା ସଦୃଶ ଜଣେ ଜାଜ୍ଜ୍ୱଲ୍ୟମାନ ପ୍ରତିଭା ଏବଂ ପ୍ରଫେସର ଘନଶ୍ୟାମ ଦାଶ ଥିଲେ କଷଟି ପଥର ।ଯିଏ ଗଙ୍ଗାଧରଙ୍କ ପ୍ରତିଭାକୁ ବହୁ ପ୍ରସାରୀ କରିବାର ସୂତ୍ରଧର ଥିଲେ। 

      Ad..


ବରପାଲି ମାଟିରେ କୁଳ ପ୍ରଦୀପ ଗଙ୍ଗାଧରଙ୍କ ଜୟନ୍ତୀ ପରମ୍ପରାର ଶୁଭାରମ୍ଭ କରିଥିଲେ ପ୍ରଫେସର ଘନଶ୍ୟାମ ଦାଶ। ସମ୍ବଲପୁର କଲେଜର ନାମକରଣ ଗଙ୍ଗାଧରଙ୍କ ଅନୁସାରେ କରିବାକୁ ଯତ୍ନବାନ ମଧ୍ଯ ହୋଇଥିଲେ।

      Ad..


ସେ ଥିଲେ ଜଣେ ସଚ୍ଚୋଟ ଗଙ୍ଗାଧରପ୍ରେମୀ ବୋଲି ବରଗଡ ଜିଲ୍ଲାରୁ ପ୍ରକାଶିତ ପାକ୍ଷିକ ପତ୍ରିକା କୋଶଲ ଟାଇମ ଆନୁକୂଲ୍ୟରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜୟନ୍ତୀ ଓ ପ୍ରଫେସର ଘନଶ୍ୟାମ ଦାଶଙ୍କ ସ୍ମୃତିସଭାରେ ବକ୍ତବ୍ୟ ରଖିଥିଲେ କୋଶଲଟାଇମର ସମ୍ପାଦକ ସଞ୍ଜୀବ ମହାପାତ୍ର ।

Ad..


ବରପାଲିସ୍ଥିତ ଲିଟିଲ ଏଞ୍ଜେଲ୍‌ସ୍ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ଏହି ସଭାକାର୍ଯ୍ୟ ପ୍ରାରମ୍ଭରେ ଲିଟିଲ୍ ଏଞ୍ଜେଲ୍‌ସ‌୍ ପବ୍ଲିକ ସ୍କୁଲ ଛାତ୍ରୀମାନଙ୍କ ଦ୍ୱାରା ମେହେର ସଂଗୀତକୁ ନେଇ ନୃତ୍ୟ ନାଟିକା ଓ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା । 

Ad..


ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ ତଥା ସ୍ବଭାବ କବି ଓ ପ୍ରଫେସର ଘନଶ୍ୟାମ ଦାଶଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପରେ ସଭା କାର୍ଯ୍ୟ ଆରମ୍ଭ ହୋଇ ସଂପାଦକ ସଂଜୀବ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ  ପରିଚାଳିତ ହୋଇଥିଲା। 

ବିଶିଷ୍ଟ ଅତିଥି ପ୍ର.ଦୀପକ କୁମାର ସାହୁ କୁଳପତି, ଭିସୁଟ, ବୁର୍ଲା, ସମ୍ମାନିତ ଅତିଥି ପ୍ର.ସୁଶାନ୍ତ କୁମାର ଦାଶ, କୁଳପତି, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ,ପ୍ର. ଡା. ପ୍ରଦୀପ କୁମାର ମହାନ୍ତି, ଅଧ୍ୟକ୍ଷ, ଭିମସାର୍,ବୁର୍ଲା,  ଅନ୍ୟତମ ସମ୍ମାନିତ ଅତିଥି ବ୍ରିଜେଶ କୁମାର ଅଓ୍ବସ୍ତି ନିର୍ଦ୍ଦେଶକ, ଜାତୀୟ ହସ୍ତତନ୍ତ ଓ ବୈଷୟିକ ପ୍ରତିଷ୍ଠାନ,ବରଗଡ଼, ସଭାପତି ରୂପେ ଶିଶୁପାଳ କାଲେତ, ଅଧ୍ୟକ୍ଷ ଲିଟିଲ ଏଞ୍ଜେଲ୍ସ୍ ପବ୍ଲିକ ସ୍କୁଲ ଏବଂ  ମୁଖ୍ୟଅତିଥି ରୂପେ ଦୈନିକ "ସମ୍ବାଦ"ର ଅଧ୍ଯକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦାନ କରିଥିଲେ।

ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଅସ୍ମିତାରେ ଗଙ୍ଗାଧରଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ତଥା ମାଆ, ମାଟି, ମାତୃଭୂମି, ମାତୃଭାଷାର ଗୁରୁତ୍ୱକୁ  ଆଲୋଚନା କରିବା ସହ  ଆଗାମୀ ପିଢ଼ିଙ୍କୁ ଗଙ୍ଗାଧରଙ୍କ ଉଚିତ ଦାୟାଦ ହେବାକୁ ଆହ୍ୱାନ ହେଇଥିଲେ। ଅନ୍ଯ ଅତିଥିମାନେ ମଧ୍ଯ ଗଙ୍ଗାଧରଙ୍କ ଗୌରବଗାନ କରିଥିଲେ। 

କବୟିତ୍ରୀ ପ୍ରବାସିନୀ ହୋତା କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ।ପାକ୍ଷିକପତ୍ରିକା କୋଶଲଟାଇମ ଆନୁକୁଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁଙ୍କ ତତ୍ତ୍ୱାବଧାନ ରେ ବରଗଡ଼ ଜିଲ୍ଲାବ୍ୟାପୀ ଅନୁଷ୍ଠିତ ସ୍ବଭାବ କବି ଗଙ୍ଗାଧର ମେହେର ତଥା ପ୍ରଫେସର ଘନଶ୍ୟାମ ଦାଶଙ୍କ ସ୍ମାରକୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରବନ୍ଧ ଓ ଚିତ୍ରାଙ୍କନ  ପ୍ରତିଯୋଗିତାର ୨୬ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। 

ବରଗଡ ଜିଲ୍ଲା ଅନ୍ତର୍ଗତ ଧାଙ୍ଗେର ଗ୍ରାମର ୫ ବର୍ଷୀୟ ବିସ୍ମୟ ବାଳକ ସ୍ମୃତିସାଲୋମ୍ ଭୋସାଗର ଯିଏ କି ୧ ମିନିଟ୍ ୫୫ ସେକେଣ୍ଡ ଭିତରେ ୧୦୫ରୁ ଉର୍ଦ୍ଧ୍ବ ପ୍ରଶ୍ନର‌ ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍‌ସ‌୍‌ରେ ସ୍ଥାନ ପାଇଛନ୍ତି ତାଙ୍କୁ ପ୍ରୋତ୍ସାହନ ଦିଆ ଯାଇଥିଲା।

ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ସାରା ଓଡ଼ିଶାରେ ସବୁଠୁ ଅଧିକ ମାର୍କ ରଖି ପାସ ହୋଇଥିବା କୃତି ଛାତ୍ରୀ ବବିତା ରଥ ଙ୍କୁ ପ୍ରଫେସର ଘନଶ୍ୟାମ ଦାସ ମେଧା ସମ୍ମାନ ସହ ଆର୍ଥିକ ସହାୟତା ପ୍ରଦାନ କରଯାଇଥିଲା।

ତା ସହ ଦାରିଦ୍ର୍ଯର ପ୍ରତିବନ୍ଧକ ସତ୍ତ୍ବେ ନିଷ୍ଠା ଓ ଏକାଗ୍ରତାର ସହ ଅଧ୍ୟୟନ କରି ତୃତୀୟଶ୍ରେଣୀ ବୃତ୍ତିପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବାରଙ୍ଗପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଧାବୀ ଛାତ୍ରୀ ନିରାମୟୀ ବିଶ୍ବାଳ ଏବଂ ଉଭୟ ତୃତୀୟ ଏବଂ ପଞ୍ଚମଶ୍ରେଣୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କତୁରକଁଟାର ଛାତ୍ରୀ ଅରୁନ୍ଧତୀ ତାଣ୍ଡିଙ୍କୁ ପ୍ରଫେସର ଘନଶ୍ୟାମ ଦାଶ ମେଧାସମ୍ମାନ ଦିଆ ଯାଇଥିଲା। 

ଲିଟିଲ୍ ଏଞ୍ଜେଲ୍‌ସ‌୍ ପବ୍ଲିକ ସ୍କୁଲର ଗଙ୍ଗାଧର ଶିଶୁ ସାହିତ୍ଯ ସଂସଦ ଆନୁକୁଲ୍ୟରେ  ବିଶିଷ୍ଟ କବି ତଥା ଇଂରାଜୀ ପ୍ରାଧ୍ୟାପକ ଡ. ଉମେଶ ମହାପାତ୍ରଙ୍କୁ "ଗଙ୍ଗାଧର ସମ୍ମାନ" ପ୍ରଦାନ କରାଯାଇଥିଲା। 

କୋଶଲଟାଇମର ଆବାହକତ୍ବରେ ଓଡ଼ିଶାର ଦଶଟି ଜିଲ୍ଲାରୁ ଆସି ଗଙ୍ଗାଧର ମେହେର ଏବଂ ପ୍ରଫେସର ଘନଶ୍ୟାମ ଦାଶଙ୍କୁ ରଙ୍ଗତୂଳୀ ଓ ବାଲୁକା ଶିଳ୍ପକଳା ମାଧ୍ଯମରେ ଶ୍ରଦ୍ଧାଞ୍ଜଳି ଜଣେଇ ଥିବା ଶିଳ୍ପୀ ଏବଂ କଳାକାର- ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ବୁଲୁ  ମହାନ୍ତି(ପୁରୀ), ବାଲୁକା ଶିଳ୍ପୀ  କାର୍ତ୍ତିକ ନାଏକ(ଭେଡେନ,ବରଗଡ଼)...

ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ମେହେର(ବୌଦ୍ଧ),  ରାଧେଶ୍ୟାମ ବାରିକ (ପାରାଦୀପ, ଜଗତସିଂହପୁର ) କୁଶ ଭୁୟାଁ (ବରଗଡ଼),ଚନ୍ଦ୍ରଶେଖର ରାଉତ(ବରପାଲି),ବିନୋଦ ବେହେରା, କେଶବ କୁଅଁର, ରମାକାନ୍ତ ତ୍ରିପାଠୀ, ଅନୁରେଖା ଜେନା (ସମ୍ବଲପୁର),  ଦିଲ୍ଲୀପ ସିଂ ଦେଓ(ବଲାଙ୍ଗିର )ଙ୍କୁ  ଅତିଥିମାନଙ୍କ ହାତରୁ ସମ୍ବର୍ଦ୍ଧନା ତଥା ଉପଢୌକନ ପ୍ରଦାନ କରାଯାଇଥିଲା।

ଅମ୍ବାଭୋନାର ଅବସରପ୍ରାପ୍ତ ଶିକ୍ଷକ କ୍ଷିତେଶ୍ବର ଭୋଇ କୋଶଲଟାଇମ୍ ତରଫରୁ ଅନୁଷ୍ଠିତ ଅଙ୍ଗ ଓ ଶରୀର ଦାନ ଅଭିଯାନରେ ସାମିଲ ହୋଇ ଶରୀରଦାନ ପାଇଁ ନିଷ୍ପତ୍ତି ନେଇ ଥିବାରୁ ତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

ବରଗଡର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବଂଶୀବାଦକ ମୀନକେତନ ଭୋଇ ଗଙ୍ଗାଧରଙ୍କ କାଳଜୟୀ କବିତା "ମଙ୍ଗଳେ ଅଇଲା ଉଷା"ର ଧୂନ୍ କୁ ବଂଶୀରେ ଶୁଣେଇଥିଲେ।

ସ୍ନାକତ ଶେଷ ବର୍ଷ ଛାତ୍ରୀ ନିଧି ଅଗ୍ରୱାଲଙ୍କ ପୁସ୍ତକ - 'ସକ୍‌ସେସ୍ କମସ୍ ଉଇଦିନ ୟୋର୍ ସେଲଫ୍' ଉନ୍ମୋଚିତ ହୋଇଥିଲା।ସମସ୍ତ ପୁରସ୍କୃତ ପ୍ରତିଭାମାନଙ୍କୁ ଗଙ୍ଗାଧର ଗ୍ରନ୍ଥାବଳୀ ପ୍ରଦାନ କରାଯାଇଥିଲା।ସଭା ଶେଷରେ ଗାଳ୍ପିକା ଜିନାତମାମ୍ ଦର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post