ସୋଢ଼ା ଗାଁ ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ; "ଗୋଟିଏ ଗଛ ମାଁ ଙ୍କ ନାମରେ"...
ବରଗଡ଼,୧୧/୦୮ : ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ସୋଢ଼ା ଗ୍ରାମରେ ଗୋଟିଏ ଗଛ ମାଁ ଙ୍କ ନାମରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମାପନ ହୋଇଯାଇଛି।
Ad..
ଏହି ଗାଁ ରେ ସଂଗ୍ରାମର ମୁକଧାରା ରୂପେ ଗଢ଼ି ଉଠି ଥିବା ସହିଦ ଭଗତ ସିଂ ନାମରେ ନାମିତ ଭଗତ ସିଂ କ୍ଲବ ଦ୍ଵାରା ଭଗତ ସିଂ ଙ୍କ ମାର୍ଗଦର୍ଶନ କରି ଏହି ଗାଁର ମହିଳା କହନ୍ତୁ କି ଯୁବକ କହନ୍ତୁ ସମସ୍ତେ କିଛି ନା କିଛି ସମାଜସେବା କରିବାକୁ ଆଗ୍ରହ ପ୍ରକାଶ କରୁଥିବା ନଜିର ରହିଛି।
Ad..
ଗାଁ ର ତଥା ଟେମରୀ ଗ୍ରାମ ପଞ୍ଚାୟତ ର ନିର୍ଦଳୀୟ ଉଦୟମାନ ଯୁବ ସରପଞ୍ଚ ଦିଲ୍ଲୀପ ବେହେରା ଅକ୍ଲାନ୍ତ ପରିଶ୍ରମ ପ୍ରଚେଷ୍ଟା ପ୍ରତ୍ୟେକ ବର୍ଷ ସମାଜ ର ହିତ ପାଇଁ କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଥିବା ଦୃଷ୍ଟି ଗୋଚର ରହିଛି।
Ad..
ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ, ବରଗଡ଼ ସାମ୍ବାଦିକ ସଂଘ(ଜାବ)ଙ୍କ ମିଳିତ ସହଯୋଗିତା ବିଗତ ବର୍ଷରେ ଏଭଳି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରି ସାରିଥିବା ବେଳେ ଏବର୍ଷ ପୁଣି ଅଭିନବ ପ୍ରୟାସ କରି ଏକ ନିଆରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଛନ୍ତି।
Ad..
ଆଜି ବୋଡାସମ୍ବର ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି,ପ୍ରୋଗ୍ରେସିଭ କ୍ରିକେଟ ଆସୋସିଏସନ୍,ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଓ ସରପଞ୍ଚ ଙ୍କ ମିଳିତ ସହଯୋଗିତା ଓ ମାଁ ମଙ୍ଗଳା ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ସୌଜନ୍ୟତାରେ ଏକ ନିଆରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି।
ଯୁବ ସରପଞ୍ଚ ଦିଲ୍ଲୀପ ବେହେରା ଅଧ୍ୟକ୍ଷତାରେ ଶ୍ରୀ ଅରବିନ୍ଦ ବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚନନ୍ଦ ବିଶି ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଅତିଥି ପାଇକମାଳ ବିଡ଼ିଓ ପ୍ରଫୁଲ୍ଲ ଅଦୁ ସମ୍ମାନିତ ଅତିଥି ଭାବେ ପାଇକମାଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ...
ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସମେତ ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ରତ୍ନମଣି ଶତପଥୀ ଓ ବିଜୟ କୁମାର ସାହୁ, ଧିରେନ ମହାନ୍ତି, କୁଞ୍ଜବିହାରୀ ସାହୁ,ଆଦର୍ଶ ନାଥ, ଗୋପବନ୍ଧୁ ଶିକା, ଷୋମେଶ ମହାନ୍ତି,ଜୟନ୍ତ ସେଠ୍, ତୃପ୍ତି ମଧ୍ୟ ତ୍ରିପାଠୀ, ସୁଦାମ ପ୍ରଧାନ,କୃଷକ ନେତା ଲିଙ୍ଗରାଜ ପ୍ରଧାନ, ଯମୁନା କନ୍ଧୁଣି ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା...
ଜିଲ୍ଲା ପରିଷଦ ସଦସ୍ୟ ଜମିଦାର ସୁରେନ୍ଦ୍ର ସିଂ ବରିହା, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ଆବାହକ ଦୁର୍ଯୋଧନ ପୁଟା,ପୂର୍ବତନ ଆବାହକ ରାହାସ ବିହାରି ସାହୁ,ସୁରେଶ ପ୍ରଧାନ ଓ ରଘୁବୀର ସିଂ ବରିହା,ସମାଜ ସେବୀ ଚନ୍ଦନ ବଂଶଲ, ସରପଞ୍ଚ ଅନିତା ଭୋଇ,ଆର ଆଇ ମାଧୁରୀ ନାୟକ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ ର ଉପକାରିତା ସଂପର୍କରେ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଦେବାର୍ଚ୍ଚନ ସାହୁ, କିଶୋର ରଣା,ବିପିନ୍ ବିହାରୀ ସାହୁ, କୈଳାସ ପଟେଲ,କୃପାସିନ୍ଧୁ ପ୍ରଧାନ, ବାବଲୁ ପ୍ରଧାନ,ସିଆରପି ପୁଷ୍ପା ସାହୁ ଓ ବନିତା ପ୍ରଧାନ,ମାଁ ମଙ୍ଗଳା ସ୍ଵଂୟ ସହାୟକ ଗୋଷ୍ଠୀ ସମ୍ପାଦିକା କଳ୍ପନା ରଣା ତଥା ଗ୍ରାମର ସମସ୍ତ ସ୍ଵଂୟ ସହାୟକ ଗୋଷ୍ଠୀ, କ୍ରିକେଟ ଆସୋସିଏସନ ସଦସ୍ୟ,ଗ୍ରାମବାସୀ ସହଯୋଗ କରିଥିଲେ।ପରିଶେଷରେ ମାଁ ମଙ୍ଗଳା ସ୍ଵଂୟ ସହାୟକ ଗୋଷ୍ଠୀ ସଭାନେତ୍ରୀ ସୁବୋଦିନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...





