Big news : ନିଜ ଦେହରେ ପେଟ୍ରୋଲ ଢାଳି ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ , କାରଣ ଅସ୍ପଷ୍ଟ...

Big news : ନିଜ ଦେହରେ ପେଟ୍ରୋଲ ଢାଳି ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ , କାରଣ ଅସ୍ପଷ୍ଟ...


ବରଗଡ଼,୧୧/୦୮ : ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୩ ବର୍ଷ ବୟସ୍କା ନାବାଳିକା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ରହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଥିଲା।

      Ad..


ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ଚିକିତ୍ସା ବୁର୍ଲା ଭିମ୍ସାରରେ ଚାଲିଛି। ହେଲେ ସୂଚନା ଅନୁସାରେ ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ହେଲେ ଭିମ୍ସାର ପକ୍ଷରୁ କୌଣସି ଅଫିସିଆଲ୍ ପ୍ରତିକ୍ରିୟା ମିଳି ପାରି ନାହିଁ।

     Ad..


ଗଣ ମାଧ୍ୟମ କୁ ସୂଚନା ଦେଇ ଆଇଜି ହିମସୁଲାଲ କହିଛନ୍ତି ଯେ ଦୋଷୀ ବିରୁଦ୍ଧ ରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ଘଟଣା ପଛରେ ଯିଏ ଥାଉ ନା କାହିଁକି ଶୀଘ୍ର ଆକ୍ସନ ନିଆ ଯିବ ବୋଲି କହିଛନ୍ତି।

    Ad..


ତେବେ ଏଯାଏ ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି। ତାଙ୍କ ବାପା ଦାଦନ ଖଟିବାକୁ ଯାଇଥିବା ବେଳେ ପୀଡ଼ିତା ନିଜ ମାମୁଘରେ ରହି ପାଠପଢ଼ୁଥିବା ଜଣାଯାଇଛି। 

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post