ଆମେରିକା ର ଦାଦାଗିରି ରେ ଭାରତ ର କୃଷକ ଡରିଯିବନାହିଁ...ଭାରତ ସରକାର ଙ୍କୁ ସହଯୋଗ ର ହାତ ବଢ଼େଇବ : ଭାରତୀୟ କିସାନସଂଘ...

ଆମେରିକା ର ଦାଦାଗିରି ରେ ଭାରତ ର କୃଷକ  ଡରିଯିବନାହିଁ...ଭାରତ ସରକାର ଙ୍କୁ ସହଯୋଗ ର ହାତ ବଢ଼େଇବ : ଭାରତୀୟ କିସାନ ସଂଘ...

ବରଗଡ଼,୧୧/୦୮ :ଦେଶର ସର୍ବ ବୃହତ କୃଷକ ସଂଗଠନ ଭାରତୀୟ କିସାନ ସଂଘ ର ରାଷ୍ଟ୍ରୀୟ ସଦସ୍ୟ ତଥା ICAR ବୋର୍ଡ ମେମ୍ବର  ଶ୍ରୀ କେଦାର ମିଶ୍ର, ଭାରତ ଓ ଆମେରିକା କୃଷି ବ୍ୟପାର ର ଉତ୍ପନ୍ନ ସ୍ଥିତି ରେ ଭାରତୀୟ କିସାନ ସଂଘ, ଭାରତ ସରକାର ଙ୍କୁ ଯଥୋଚିତ ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରକାଶ କରିଛନ୍ତି। 

Ad..


ପୂର୍ବରୁ ମଧ୍ୟ ଆମେରିକା ରୁ ଆୟlତ GM ସୋରିଷ, ଯାହାକି ଆମେରିକା ରେ ପଶୁଖାଦ୍ୟ ପାଇଁ ଉଦ୍ଦିଷ୍ଟ  ଏହା ଭାରତରେ  ନପୁସଂକ ର ବୀଜ ବୁଣିବ ବୋଲି ସରକାରଙ୍କୁ ଭାରତୀୟ କିସାନ ସଂଘ ଚେତେଇ ଦେଇଥିଲା। 

Ad..


BT କପା, ବାଇଗଣ ମଞ୍ଜି କୁ ଭାରତରୁ ବିଦେଶୀ କମ୍ପାନୀ କୁ ହଟାଇ ଦେବାର ଦାବୀ ମଧ୍ୟ କରି ସ୍ବଦେଶୀ ବିହନ ର ପ୍ରୋତ୍ସାହନ ଦେବାକୁ ବିଭିନ୍ନ ପର୍ଯ୍ୟlୟ ରେ ସରକାର ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲା।

Ad..


ସ୍ୱାମୀନାଥନ ଶତବlର୍ଷିକ  ଅନ୍ତଃରାଷ୍ଟୀୟ ସମ୍ବେଲିନି ICAR କକ୍ଷ ରେ ଆୟୋଜନ ଅବସରରେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷି, ଗୋ ପାଳନ ଓ ମାଛ ଚାଷୀ ଙ୍କ  ସୁରକ୍ଷା ହିଁ ପ୍ରଥମ ପ୍ରାଥମିକତା ବୋଲି ଆମେରିକା ର ବର୍ଦ୍ଧିତ ତାରିଫ କୁ ପ୍ରତ୍ୟlଖାନ କରି ଯେଉଁ ସାହାସିକତା... 

Ad..


ଦେଖେଇ ଛନ୍ତି ତାକୁ ଭାରତର କୃଷକ କରୋନା କାଳ ର ଦୃଡ ସଂକଳ୍ପ ପରି ସରକାର ଙ୍କୁ ସହଯୋଗ କରିବ  ଓ ଦେଶର ସଙ୍କଟ କାଳରେ ଭାରତୀୟ କିସାନ ସଂଘ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବ ସର୍ବୋପରି ଗୋ କୃଷି ବାଣିଜ୍ୟମ ର ପଦ୍ଧତି ର ସଫଳ ରୂପାୟନ ହିଁ ଭାରତ ର କୃଷକ ଓ ଦେଶର ଅର୍ଥନୀତି କୁ ସୁଦୃଢ କରିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post