ଏକାଡେମୀ ତରଫରୁ ଗଙ୍ଗାଧର ଜୟନ୍ତୀ...

ଏକାଡେମୀ ତରଫରୁ ଗଙ୍ଗାଧର ଜୟନ୍ତୀ...


ତରଭା,୧୦/୦୮ : ସ୍ଥାନୀୟ ପରିଷଦ ପାଠାଗାରଠାରେ ଭାଷା ସାହିତ୍ୟର ଅଗ୍ରଣୀ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟିକ ଗୌରୀଶଙ୍କର ସାହୁଙ୍କ ସଭାପତିତ୍ବରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି। 

     Ad..


ଏଥିରେ ସାହିତ୍ୟିକ ସଞ୍ଜୀବ ସେଠୀ ମୁଖ୍ୟ ଅତିଥି ଓ ହିରଣ୍ମୟ ପଟ୍ଟନାୟକ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ତାଙ୍କର କର୍ମକ୍ଷେତ୍ର ବରପାଲିରୁ ରାଜବୋଡାସମ୍ବର ପର୍ଯ୍ୟନ୍ତ ଅଞ୍ଚଳକୁ ସାରସ୍ବତ ଗଙ୍ଗାଧର ତୀର୍ଥକ୍ଷେତ୍ର ରୂପେ ଘୋଷଣା କରିବା ପାଇଁ ମତବ୍ୟକ୍ତ କରିଥିଲେ।

      Ad..


ଏପରିକି ତାଙ୍କର ବ୍ୟବହୃତ ଦୈନନ୍ଦିନ ଜୀବନଚର୍ଯ୍ୟା ସାମଗ୍ରୀ ଓ ସାରସ୍ବତ କୃତିକୁ ନେଇ ଏକ ଗଙ୍ଗାଧର ସଂଗ୍ରହାଳୟ ପ୍ରତିଷ୍ଠା କରିବା ନିମନ୍ତେ ବକ୍ତାମାନେ ପ୍ରସ୍ତାବ ଆଗତ କରିଥିଲେ।

Ad..


ଯୁବକବି ଶୁଭମ୍ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଗଙ୍ଗାଧରୀୟ କବିତା ଆସରରେ ଡ଼. ଦେବେନ୍ଦ୍ର କୁମାର ନାଏକ,କବି ମହେଶ ମିଶ୍ର, ପ୍ରବୀଣ ପଣ୍ଡା, ଲୋକନାଥ ଦଳବେହେରା, ସୁଧୀର ପଣ୍ଡା...

Ad..


ଶଙ୍କର୍ଷଣ ସାହୁ ଓ ଚିରଞ୍ଜିବୀ ନାଏକ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ।ସଭା ଶେଷରେ ଏକାଡେମୀ ସମ୍ପାଦକ ରାଜେନ୍ଦ୍ର କୁମାର ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post