ବୁଢାପଟ୍ଟା ଧରି ହସ୍ପିଟାଲ ପହଞ୍ଚିଲେ ଛାତ୍ର କଂଗ୍ରେସର ସଦସ୍ୟ...
ବରଗଡ଼,୧୦/୦୮ : ବୁଢାପଟ୍ଟା ଧରି ହସ୍ପିଟାଲ ପହଞ୍ଚିଲେ ଛାତ୍ର କଂଗ୍ରେସର ସଦସ୍ୟ। ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇ ଡାକ୍ତରଙ୍କୁ ସମସ୍ୟା ଜଣାଇବା ସହ ଡ୍ରେସିଂଙ୍ଗରୁମ ରେ ବୁଢା ପଟ୍ଟା ରଖିଲା ଛାତ୍ର କଂଗ୍ରେସ।
Ad..
ବରଗଡ଼ରେ ବର୍ତମାନ ଜୋର ଧରିଛି ବୁଢାପଟ୍ଟା ଚିକିତ୍ସା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଡ଼ ହାତ ଭାଙ୍ଗିଥିବା ରୋଗୀଙ୍କୁ ଦିଆଯାଇଥିବା ବୁଢା ପଟ୍ଟା ଚିକିତ୍ସା ସେବାକୁ ନେଇ ଓଡିଶା ସହ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
Ad..
ପ୍ଳାଷ୍ଟର ଅଫ ପ୍ୟାରିସରେ ଭଙ୍ଗା ଗୋଡ଼ ହାତକୁ ଯୋଡ଼ାଯାଉଥିବା ବେଳେ ବରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ବୁଢା ପଟ୍ଟାରେ ଚିକିତ୍ସା କରାଯାଉଛି। ଏବଂ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରଶ୍ନ କଲେ ଉତ୍ତର ନ ରଖି ଫେରାର ମାରୁଥିବା ଦେଖିବାକୁ ମିଳିଛି।
Ad..
ତେବେ ଏତେ ବଡ଼ ହସ୍ପିଟାଲରେ ଏଭଳି ଚିକିତ୍ସା ସେବା ଯୋଗାଉଥିବା ପ୍ରଶାସନ ଓ ସରକାରଙ୍କୁ ବୁଢାପଟ୍ଟା ପ୍ରଦାନ କରାଯାଇଛି।ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ଗୌରବ ପତି ଆଜାଦଙ୍କ ନେତୃତ୍ୱରେ ସଦସ୍ୟ ମାନେ ଆସି ବୁଢାପଟ୍ଟା ପ୍ରଦାନ କରିବା ସହ ଅଭିନଵ ଢ଼ଙ୍ଗରେ ନିଜ ପ୍ରତିବାଦ ଜଣାଇଛନ୍ତି।
Ad..
Report : Bijay ku sahu
Edited by k.s thakur...





