ଅଣ୍ଟା ଭିଡୁଛି କଂଗ୍ରେସ ; ପାଇକମାଳ ରେ କଂଗ୍ରେସ ର କର୍ମୀ ସମ୍ମିଳନୀ...
ବରଗଡ,୧୦/୦୮ : ପାଇକମାଳ ବ୍ଲକ ନୃସିଂହନାଥ ଧର୍ମଶାଳା ଠାରେ ବରଗଡ ଜିଲ୍ଲା କଂଗ୍ରେସ କମିଟି ତରଫରୁ କର୍ମୀ ସମ୍ମିଳନୀ ଏବଂ ସଭାପତି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି କାର୍ଯ୍ୟକ୍ରମ ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ବରଗଡ ଜିଲ୍ଲା ସଭାପତି ହରଦୀପ ସିଂ, ପଦ୍ମପୁର ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ପ୍ରମୁଖ ଯୋଗ ଦେଇ କଂଗ୍ରେସ ଦଳର ଆଭିମୁଖ୍ୟ ଉପରେ ଆଲୋଚନା କରି ସମସ୍ତ ପୁରୁଣା କର୍ମୀ ଙ୍କ ମତାମତ ନେଇଥିଲେ।
Ad..
ଆଗାମୀ ଦିନରେ କିପରି କଂଗ୍ରେସ ଦଳର ତୃଣମୂଳ ସ୍ତରରୁ ସରପଞ୍ଚ, ସମିତି, ବ୍ଲକ ଚେୟାରମ୍ୟାନ, ଜିଲ୍ଲା ପରିଷଦ ହୋଇ ସରକାର ଗଠନ ହେବ ସେ ବିଷୟରେ ରଣନୀତି ପାଇଁ ପ୍ରସ୍ତୁତ ରହିବା ପାଇଁ କର୍ମୀ ମାନଙ୍କୁ ସନ୍ତୋଷ ସାଲୁଜା ଉଦବୋଧନ ଦେଇଥିଲେ।
Ad..
ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ତଥା ବିଜୁ ଜନତା ଦଳ ସମର୍ଥିତ ସମିତି ସଭ୍ଯା ଶ୍ରୀମତୀ ରମଲା ଲୁହାର ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂ ଶ୍ରୀ ଭକ୍ତ ଚରଣ ଦାସ ଙ୍କ ନୀତି ଆଦର୍ଶ ରେ ଅନୁ ପ୍ରଣୀତ ହୋଇ ବିଜୁ ଜନତା ଦଳ ଛାଡ଼ି ବିଧିବଦ୍ଧ ଭାବେ କଂଗ୍ରେସ ଦଳ ରେ ଯୋଗ ଦେଇ ମହିଳା ନେତୃତ୍ବ କୁ ସୁଦୃଢ଼ କରିବା ପାଇଁ ଅଭିଭାଷଣ ଦେଲେ।
Ad..
ଏହି କାର୍ଯ୍ୟକ୍ରମ ରେ ପାଇକମାଲ ବ୍ଲକ ସଭାପତି ବିଜୟାନନ୍ଦ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସଭା ର ସଭପତିତ୍ବ କରିବା ପାଇଁ ଜିଲ୍ଲା ସଭାପତି ଶ୍ରୀ ସିଂ ଙ୍କୁ ଅନୁରୋଧ କରିଥିଲେ ଶେଷରେ ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରତାପ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଏହି ସମ୍ମିଳନୀ ରେ ପାଇକମାଳ ଯୁବ କଂଗ୍ରେସ ସଭାପତି ବିକାଶ ବହିଦାର,କଂଗ୍ରେସ କର୍ମୀ ମେହେନ୍ଦ୍ର ଖୁଣ୍ଟିଆ, ବିନୋଦ କାଳିଆ, ମନୋଜ ତ୍ରିବେଦୀ, ସୋନ୍ତୋଷ ପାଣିଗ୍ରାହୀ,ଅଶ୍ଵିନୀ ପଟେଲ, ,କ୍ଷେତ୍ରୀ ଲୁହାର ପ୍ରାଣ ଦାସ ବିନୋଦ ବିଶ୍ଵାଳ ,ଙ୍କ ସମେତ ଶତାଧିକ କଂଗ୍ରେସ ଦଳ ର କର୍ମକର୍ତ୍ତା ଯୋଗଦେଇ ଥିଲେ।
Report : Bijay ku sahu
Edited by k.s thakur...





