ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ...


କଣ୍ଟାବାଞ୍ଜି,୧୦/୦୮ : ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ କଣ୍ଟାବାଞ୍ଜିର ମିଳିତ ସହଯୋଗରେ ରଣାସାର ଇଂରାଜୀ କୋଚିଙ୍ଗ ସେଣ୍ଟରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।

Ad..


ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ.ନାରାୟଣ ମିଶ୍ର ମୁଖ୍ୟ ଅତିଥି ଓ କବି ରବି ନାରାୟଣ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

Ad..


ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସଭା ସଂଯୋଜନା,ସହ ସମ୍ପାଦିକା ଅଞ୍ଜଳି ମାଝୀ କବିଙ୍କ ରଚିତ କିଏଗୋ ତୁ ଜ୍ୟୋତିର୍ମୟୀ କବିତା ପାଠ କରି ସ୍ୱ।ଗତ ଅଭିଭାଷଣ ଓ ଉପ ସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ।

Ad..


ସର୍ବ ପ୍ରଥମେ କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପଦୀପ ଅର୍ପଣ କରାଯାଇଥିଲା। ଉପସ୍ଥିତ କବି କବୟିତ୍ରୀ ଶ୍ୟାମ ସୁନ୍ଦର ଗୁରୁ, ନରେନ୍ଦ୍ର ସୁନା, ଥମିର ଛତ୍ରିଆ, ମମତା ପଣ୍ଡା, ସବିତା ରଣା, କିଶୋର ବରିହା,ମହିମା ରଣା ଆଦି କବିତା ପାଠ କରିଥିଲେ।

Ad..


ତାପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ରିହାନ ବାଗ,ହଂସିକା ପୁଟେଲ,ଆଦିତ୍ୟ ବାଗଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିବା ସହିତ ସମସ୍ତ ପ୍ରତିଯୋଗୀଙ୍କୁ କଲମ ପ୍ରଦାନ କରାଯାଇଥିଲା।ପରିଶେଷରେ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା।



Edited by k.s thakur...

Post a Comment

Previous Post Next Post