ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ...

ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ...


ଟିଟିଲାଗଡ଼,୧୩/୦୮ : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁରସୁଡ଼ ଗ୍ରାମର ଜଣେ ଅଭାବଗ୍ରସ୍ତ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଗ୍ରାମର ପରମେଶ୍ୱର ଭୋଇଙ୍କ ପୁଅ ଦୁର୍ଗା ଭୋଇ ବୋଲି ଜଣାଯାଇଛି।

      Ad..


ସେ ଚଳିତ ବର୍ଷ ଧାନ ଏବଂ କପା ଚାଷ କରିଥିବା ବେଳେ ଫସଲ କ୍ଷତି ହେବା ସହ ଗ୍ରୁପ ଟଙ୍କା ସୁଝି ନ ପାରିବାରୁ ଚିନ୍ତାରେ ଥିଲେ ବୋଲି ତାଙ୍କ କାକା ପୁଅ ଭାଇ ଭାସ୍କର ଭୋଇ କହିଛନ୍ତି । 

   Ad..


ଆଜି ପୂର୍ବାହ୍ନରେ ସେ ବିଷପାନ କରିଥିବା ଜଣାପଡିବା ପରେ ଘର ଲୋକ ତାଙ୍କୁ ପ୍ରଥମେ ସିନ୍ଧେକେଲା ଏବଂ ପରେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ। 

Ad..


ତେବେ ଡାକ୍ତର ତାଙ୍କୁ ବଲାଙ୍ଗୀର ରେଫର କରିବାରୁ ପାଖ ହେବ ବୋଲି ଭବାନୀପାଟଣାକୁ ନେଉଥିବା ବେଳେ ବାଟରେ ତାଙ୍କ ପରଲୋକ ଘଟିଥିଲା । ଭବାନୀପାଟଣା  ଜିଲ୍ଲା  ମୁଖ୍ୟ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

Ad..


ତାଙ୍କର ୧୧ ବର୍ଷର ପୁଅ ଏବଂ ୬ ବର୍ଷର କନ୍ୟା ସନ୍ତାନ ଥିବା ଜଣାପଡିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଛି ।




Edited by k.s thakur...

Post a Comment

Previous Post Next Post