ଗଣଶିକ୍ଷା ବିଭାଗରେ ୨୧,୮୫୨ ପଦ ଫାଙ୍କା : ୭,୪୬୩ ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ...
ଭୁବନେଶ୍ୱର,୧୩/୦୮ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ତ୍ୱରିତ ହେବ ନିଯୁକ୍ତି ପ୍ରକ୍ରିୟା। ଖାଲି ଥିବା ଶିକ୍ଷକ ଓ ଅଣଶିକ୍ଷକ ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଭାଗ।
Ad..
ବିଭିନ୍ନ କାର୍ଯ୍ୟାଳୟରେ ଖାଲି ଥିବା ୨୧,୮୫୨ ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୭,୪୬୩ ପଦରେ ନିଯୁକ୍ତି ପାଇଁ ବିଭିନ୍ନ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଙ୍କୁ ଅବଗତ କରାଯାଇଛି। ଏନେଇ ଜୁଲାଇ ୩୦ ତାରିଖରେ ବସିଥିବା ବିଭାଗୀୟ ସମନ୍ୱୟ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Ad..
ସୂଚନା ଅନୁଯାୟୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ୧୮୨୯ଟି ପଦ ଖାଲି ଅଛି। ତନ୍ମଧ୍ୟରୁ ୧୭୦୬ଟି ପଦରେ ନିଯୁକ୍ତି ପାଇଁ ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ ରହିଛି। ଅଗଷ୍ଟ ଶେଷ ସୁଦ୍ଧା ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସ୍ପଷ୍ଟ କରାଯାଇଛି।
Ad..
ସେହିପରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ୯୪୩୪ ସରକାରୀ ପଦ ଖାଲି ରହିଛି। ତନ୍ମଧ୍ୟରୁ ୬୦୨୫ଟି ପଦରେ ନିଯୁକ୍ତି ପାଇଁ ପ୍ରସ୍ତାବ ରହିଛି। ୬୧୧ ଜୁନିଅର୍ ଆସିଷ୍ଟାଣ୍ଟ ପଦ ସମେତ ୨୭୯୮ଶିକ୍ଷକ ପଦରେ ନିଯୁକ୍ତି ପାଇଁ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍ଏସ୍ସି) ସେପ୍ଟେମ୍ବର ମାସରେ ପ୍ରକ୍ରିୟା ଆରମ୍ଭ କରିବ।
Ad..
ଅନୁରୂପ ଭାବେ ୧୮୨୩ଟି ବେସରକାରୀ ଅନୁଦାନପ୍ରାପ୍ତ ପଦ ମଧ୍ୟରେ ନିଯୁକ୍ତି ପାଇଁ ଏସ୍ଏସ୍ବି ପ୍ରକ୍ରିୟା କରିବ। ବିଭାଗରେ ଖାଲି ଥିବା ୪୪ଟି ପଦ ମଧ୍ୟରୁ ୨୬ ଟି ଓଡ଼ିଶା ଶିକ୍ଷା ସେବା(ଓଇଏସ୍) ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପରୀକ୍ଷା କରିବ ଏବଂ ୧୮ଟି ଗ୍ରୁପ୍ ଡି ପଦ ଆର୍ଏ ମାଧ୍ୟମରେ ପୂରଣ କରାଯିବ।
ସେହିପରି କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ମଧ୍ୟ ନିଯୁକ୍ତି କରିବାକୁ ନିଷ୍ପତ୍ତି ହୋଇଛି। ପୂରଣ ହୋଇ ନଥିବା ୬୬୬୯ଟି ପଦରେ ନିଯୁକ୍ତି ପାଇଁ ଉଚ୍ଚ ନ୍ୟାୟାଳୟରେ ରିଭ୍ୟୁ ପିଟିସନ୍ ଦାୟର ହୋଇଛି। ଏହାର ଫଇସଲା ଆସିବା ପରେ ନିଯୁ୍କ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଏହାସହ ନିଯୁକ୍ତି ସମ୍ପର୍କିତ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଛି।
Edited by k.s thakur...





