ଭିଜିଲାନ୍ସ ଜାଲରେ ମୁନିଗୁଡାର ସ୍ୱାସ୍ଥ୍ୟକର୍ମୀ...

ଭିଜିଲାନ୍ସ ଜାଲରେ ମୁନିଗୁଡାର ସ୍ୱାସ୍ଥ୍ୟକର୍ମୀ...


ମୁନିଗୁଡ଼ା,୧୩/୦୮ : ଭିଜିଲାନ୍ସ ହାତରେ ସ୍ୱାସ୍ଥ୍ୟକର୍ମୀ । ଲାଞ୍ଚ ନେବାବେଳେ ରାୟଗଡ଼ା ମୁନିଗୁଡା ସିଏଚସି ସ୍ୱାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତଙ୍କୁ ଧରିଛି ଭିଜିଲାନ୍ସ। 

      Ad..


ଜନ୍ମ ସାର୍ଟିଫିକେଟ ସଂଶୋଧନ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି କୁଞ୍ଜବିହାରୀ। ଏହା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୁଞ୍ଜ ବିହାରୀଙ୍କ ଲିଙ୍କରେ ଦୁଇଟି ସ୍ଥାନରେ ଏକାକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ ।

Ad..


ସୂଚନା ଯୋଗ୍ୟ; ରାୟଗଡ଼ାର ମୁନିଗୁଡ଼ା ହସ୍ପିଟାଲରେ ଜନ୍ମଗତ ପ୍ରମାଣପତ୍ର ଦେବା ପାଇଁ ଜଣେ ଚାଷୀଙ୍କ ଠାରୁ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଜଣକ ୬ ହଜାର ଟଙ୍କା ମାଗିଥିଲେ । ତେବେ ପୂର୍ବରୁ ୩ ହଜାର ଟଙ୍କା ନେଇଥିଲେ। 

Ad..


ଏହାପରେ ଚାଷୀ ଜଣଙ୍କ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ପୁର୍ବ ଯୋଜନା ମୁତାବକ  ଆଜି ଆଉ ୩ ହଜାର ଟଙ୍କା ନେବାବେଳେ ଧରିଥିଲା ଭିଜିଲାନ୍ସ।

Ad..





Edited by k.s thakur...

Post a Comment

Previous Post Next Post