ପାଇକମାଳରେ ତ୍ରିରଙ୍ଗା ଯାତ୍ରା ; ୧୦୦ ମିଟର ଲମ୍ବାର ତ୍ରିରଙ୍ଗା ପତାକା ଶୋଭଯାତ୍ରା ମୁଖ୍ୟ ଆକର୍ଷଣ...
ପଦ୍ମପୁର,୧୩/୦୮ :- ପଦ୍ମପୁର ଉପଖଣ୍ଡର ପାଇକମାଳରେ ଆଜି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା।ପାଇକମାଳ ହାଇସ୍କୁଲ ପଡ଼ିଆରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ମୁଖ୍ୟ ଛକ ପହଞ୍ଚିବା ପରେ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରା ଯାଇଥିଲା।
Ad..
ଏହା ପରେ ପଥ ପ୍ରାନ୍ତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ଯୋଗଦେଇ ତ୍ରିରଙ୍ଗା ପତାକା ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
Ad..
ପାଇକମାଳର ସଚେତନ ନାଗରିକ,ସିଆରପିଏଫ୍,ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ, ସାମାଜିକ ଅନୁଷ୍ଠାନ,ବିଜେପି ଦଳର ବରିଷ୍ଠ କର୍ମକର୍ତ୍ତା ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଜମିଦାର ସୁରେନ୍ଦ୍ର ପ୍ରତାପ ସିଂ ବରିହା...
Ad..
ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ବିଜେପି ନେତା ଯୋଗେନ୍ଦ୍ର ଭୋଇ ପ୍ରମୁଖ ଯୋଗ ଦେଇଥିଲେ।ପାଇକମାଳରେ ତ୍ରିରଙ୍ଗା ଶୋଭାଯାତ୍ରାରେ ପ୍ରାୟତଃ ୧୦୦ ମିଟର ଲମ୍ବର ତ୍ରିରଙ୍ଗା ମୁଖ୍ୟ ଆକର୍ଷଣ ସାଜିଥିଲା।
Ad..
Report : Bijay ku sahu
Edited by k.s thakur...





