ସଫଳ ହେଉଛି ଆସ ସ୍କୁଲ ଯିବା ଅଭିଯାନ ; ସିଆରସିସିଙ୍କ ପ୍ରୟାସରେ ମୁଖ୍ୟ ସ୍ରୋତରେ ସାମିଲ ହେଲେ ୬ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ...
ବରଗଡ଼,୧୨/୦୮ : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ସିଆରସିସି ଶ୍ରୀ ଦିବସ କୁମାର ସାହୁଙ୍କ ନେତୃତ୍ୱରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଯୋଜନା ନିଜ କ୍ଲଷ୍ଟର ରେ ସୂଚାରୁ ରୂପେ ସମ୍ପାଦନ କରି ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
Ad..
ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ସ୍କୁଲ ବାହାରେ ଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ "ଆସ ସ୍କୁଲ ଯିବା" ଅଭିଯାନ ଆରମ୍ଭ କରିଛନ୍ତି।
Ad..
ଏହି ପରିପ୍ରେକ୍ଷୀରେ ବୈତାଳି କ୍ଲଷ୍ଟର ସିଆରସିସି ଉତ୍ସର୍ଗୀକୃତ ଭାବନା ନେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଘରକୁ ଘର ଯାଇ ଅଭିଭାବକ ମାନଙ୍କୁ ବୁଝାଇ ସ୍କୁଲ ବାହାରେ ଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ କୁ ଆଣୁଛନ୍ତି।
Ad..
ସୂଚନା ଅନୁଯାୟୀ ବୈତାଳି କ୍ଲଷ୍ଟର ଅଧୀନରେ ଥିବା ଅଧାରୁ ପାଠ ଛାଡିଥିବା ତଥା ଆଦୌ ବିଦ୍ୟାଳୟରେ ନାମ ଲେଖାଇ ନ ଥିବା ୬ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ନାମ ଲେଖାଇଛନ୍ତି।ଟୁହୁଙ୍ଗିଦାଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧୀନରେ ଥିବା ଦୁଇଜଣ ଦିବ୍ୟାଙ୍ଗ ଭାଇ ସଞ୍ଜୟ ବାରିକ ଏବଂ ଦୀପକ ବାରିକଙ୍କୁ ଉକ୍ତ ବିଦ୍ୟାଳୟରେ ନାମ ଲେଖାଇଛନ୍ତି।
Ad..
ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ସେଠ ଏବଂ ସହକାରୀ ଶିକ୍ଷକ ମୀନକେତନ ଥପା ସହାୟତା କରିଥିଲେ।ଅନୁରୂପ ଭାବେ ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧୀନରେ ଥିବା ଦୁଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଲିଲୀମା ପାଣ୍ଡେ ଏବଂ ନିର୍ମଳ ଥପା ଯେଉଁମାନେ କି ଅଷ୍ଟମ ଶ୍ରେଣୀ ପରେ ହାଇସ୍କୁଲରେ ନାମ ଲେଖାଇ ପାରୁନଥିଲେ ସେମାନଙ୍କୁ ଅମଠି ଉଚ୍ଚ ବିଦ୍ୟାଳୟ ରେ ନାମ ଲେଖା ବ୍ୟବସ୍ଥା କରିଥିଲେ ଶ୍ରୀ ସାହୁ।
ଏଥିରେ ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବାରିକ ଏବଂ ଅମଠି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡୋଳାମଣି ତ୍ରିପାଠୀ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି, ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଶିବ ପ୍ରସାଦ ଗହୀର ସହଯୋଗ କରିଥିଲେ।
ସେଭଳି ଭାବେ ଶ୍ରୀ ସାହୁ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ପରେ ଅଧାରୁ ପାଠ ଛାଡିଥିବା ଦିବ୍ୟାଙ୍ଗ ଛାତ୍ର କମଳ ସେଠ ଙ୍କୁ ମଧ୍ୟ ଅମଠି ଉଚ୍ଚ ବିଦ୍ୟାଳୟ ରେ ନାମ ଲେଖେଇବା ବ୍ୟବସ୍ଥା କରିଥିଲେ ।
ଡୁଙ୍ଗୁରିଚଢା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧୀନରେ ଥିବା ଜଣେ ଦିବ୍ୟାଙ୍ଗ ଛାତ୍ର ମିନିକେତନ ଲୁଇ ଅଷ୍ଟମ ଶ୍ରେଣୀପରେ ପାଠ ପଢ଼ା ରେ ଡୋରି ପଡିଥିଲା, ଶ୍ରୀ ସାହୁ ଏ ବାବଦରେ ଅବଗତ ହେବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ସାହୁଙ୍କ ସହଯୋଗ ରେ ଗୋଠୁଗୁଡା...
ସରକାରୀ ଉଚ୍ଚ ବିଦ୍ୟାଳୟ ରେ ନାମ ଲେଖାଇବା ବ୍ୟବସ୍ଥା କରିଥିଲେ ଯେଉଁଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ୍ମଲୋଚନ ମାଝୀ ସକ୍ରିୟ ସହଯୋଗ କରିଥିଲେ।ସିଆରସିସି ଙ୍କ ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।
Report : Bijay ku sahu
Edited by k.s thakur...





