ଯମୁନା କନ୍ଧୁଣୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ହସ୍ତୀ ଦିବସ ପାଳିତ...

ଯମୁନା କନ୍ଧୁଣୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ହସ୍ତୀ ଦିବସ ପାଳିତ...


ପାଇକମାଳ,୧୨/୦୮ : ବରଗଡ ଜିଲ୍ଲା ପାଇକମାଳ ଜମୁନା କନ୍ଧୁଣୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ହସ୍ତୀ ଦିବସ ପାଳିତ ହୋଇ ଯାଇଛି । ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ନନ୍ଦଳାଲ୍ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ବନାଞ୍ଚଳ ଅଧିକାରୀ ଶ୍ରୀ ହୃଦାନନ୍ଦ ମିଶ୍ର ମୁଖ୍ୟ ଅତିଥି, ଶ୍ରୀ ଗିରିଧାରୀ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।

      Ad..


ଅବୈତନିକ ବନ୍ୟଜନ୍ତୁ ସଂରକ୍ଷକ ତଥା ଜିଲ୍ଲା ପରିବେଶ ସୁରକ୍ଷା ମଂଚର ସହ ସମ୍ପାଦକ ଶ୍ରୀ ବିଭୂତି ଭୂଷଣ ମୁଣ୍ଡ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସୃଷ୍ଟିରେ   ଗଜରାଜଙ୍କ ଭୂମିକା ତଥା ଜଙ୍ଗଲ ଓ ପରିବେଶ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ।

Ad..


ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ର ହାତୀ ଓ ମଣିଷ ର ଲଢେଇ ବିଷୟରେ କହି ସରକାରଙ୍କ ବିଭିନ୍ନ ଦିଗରେ ସହାୟତା ତଥା ବନବିଭାଗ ପକ୍ଷରୁ ଅନେକ ପ୍ରକାର କାର୍ଯ୍ୟ ଦକ୍ଷତା ମାନବ ସମାଜକୁ ସଚେତନ କରି ବହୁମୂଲ୍ୟ ବନ୍ୟଜନ୍ତୁଙ୍କ ଉପସ୍ଥିତି ସୃଷ୍ଠିପାଇଁ କେତେଯେ ଉପକାରୀ ତାରି ଉପରେ ଆଲୋକପାତ କରିଥିଲେ।

Ad..


ପ୍ରକୃତିବନ୍ଧୁ ନନ୍ଦଲାଲ ନାୟକ ତାଙ୍କ ଅଭିଭାଷଣରେ ବୃକ୍ଷ ଓ ବନ୍ୟପ୍ରାଣୀ ମଣିଷ ପାଇଁ  କେତେ ଦରକାରି ସେ ବିଷୟରେ ଆଲୋଚନା କରିଥିଲେ। ଏହି ପରିପ୍ରେଖି ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ଲେଖନୀ ମାଧ୍ୟମରେ ପ୍ରତିଯୋଗିତା ହୋଇଥିଲା।

Ad..


କୃତି ଛାତ୍ର ଛାତ୍ରୀ ଙ୍କୁ ଟ୍ରଫି ଓ ପ୍ରଶଂସା ପତ୍ର ମାଧ୍ୟମରେ ଉତ୍ସାହିତ କରାଯାଇଥିଲା । ସଭାରେ ବାନପଲ ଶ୍ରୀ ରମେଶ ପ୍ରଧାନ,ଦିବାକର ପ୍ରଧାନ, ରଜନୀକାନ୍ତ ବଢେଇ,ବନରକ୍ଷୀ ବସନ୍ତ ବାଗ , ନାଥ ବର୍ଲା ଓ ଗଜସାଥୀ ପ୍ରମୁଖ ଯୋଗ ଦେଇଥିଲେ। 

ସ୍କୁଲର ଅନ୍ୟତମ ଶିକ୍ଷକ ଶ୍ରୀ ସବାକ ସେଠ୍,ଅନିମା ରାଉତ, ରଞ୍ଜିତା ସାହୁ,ଅନିତା ପାଣିଗ୍ରାହୀ ଓ ନମିତା ସାହୁ  ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବା ବେଲେ ହିନ୍ଦୀ ଶିକ୍ଷୟତ୍ରୀ ଶ୍ରୀମତୀ ଉଷା ଦାସ  ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post