୧୬ବର୍ଷୀୟା ନାବାଳିକାକୁ ପଡୋଶୀ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ...

୧୬ବର୍ଷୀୟା ନାବାଳିକାକୁ ପଡୋଶୀ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ...


ପାରାଦୀପ,୧୨/୦୮: ରାଜ୍ୟରେ ବଢ଼ିବାରେ ଲାଗିଛି ଦୁଷ୍କର୍ମ। ପ୍ରତିଦିନ ରାଜ୍ୟର ବିଭିନ୍ନ କୋଣରୁ ଦୁଷ୍କର୍ମର ଅଭିଯୋଗ ଆସିବାରେ ଲାଗିଛି। 

Ad..


ରାଜନଗର ବ୍ଲକ ଅଞ୍ଚଳରେ ରାଖି ପୂର୍ଣ୍ଣିମା ଦିନ ଏକ ଦଳିତ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ଦୁଷ୍କର୍ମ କରିଥିଲେ। କେବଳ ଦୁଷ୍କର୍ମ କରିନଥିଲେ ବରଂ ଗଣଦୁଷ୍କର୍ମର ଭିଡ଼ିଓ କରି ପୀଡିତାଙ୍କ ଭାଇ ନିକଟକୁ ପଠାଇଥିଲେ । ଗତ ୬ତାରିଖ ଦିନ ପଟ୍ଟାମୁଣ୍ଡାଇ ଅଂଚଳରେ ମଧ୍ୟ ଏକ ଅଭାବନୀୟ ଘଟଣା ଘଟିଥିଲା।

  Ad..


ଏବେ ଜଗତସି‌ଂହପୁର ଜିଲ୍ଲାରେ ପୁଣି ସେଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି। ଘରେ କେହି ନଥିବା ବେଳେ ଜଣେ ୧୬ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। 

Ad..


ପଡୋଶୀ ଦୁଷ୍କର୍ମ ଉଦ୍ୟମ କରିଥିବା ପୀଡ଼ିତା ଅଭିଯୋଗ ଆଣିଛନ୍ତି। ଅଭୟଚାନ୍ଦପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରାଯାଇଛି। 

Ad..


ଅଭିଯୋଗ ପାଇବା‌ ପରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୁଲିସ। ପୀଡ଼ିତାଙ୍କ ଡାକ୍ତରୀ ମାଇନା ପରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ଜଣାଯାଇଛି।



Edited by k.s thakur...

Post a Comment

Previous Post Next Post