ଜିଲ୍ଲା ପ୍ରଭାରୀ ସଚିବ ଯାମିନୀ ଷଡଙ୍ଗୀଙ୍କ ଦୁଇ ଦିନିଆ ବରଗଡ଼ ଗସ୍ତରେ ବିଭିନ୍ନ ପ୍ରକଳ୍ପ ଓ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା...

ଜିଲ୍ଲା ପ୍ରଭାରୀ ସଚିବ ଯାମିନୀ ଷଡଙ୍ଗୀଙ୍କ ଦୁଇ ଦିନିଆ ବରଗଡ଼ ଗସ୍ତରେ  ବିଭିନ୍ନ ପ୍ରକଳ୍ପ ଓ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା...


ବରଗଡ଼,୦୮/୦୮ : ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଆୟକର ଓ ଜିଏସ୍‌ଟି ବିଭାଗର ଆୟୁକ୍ତ-ସହ-ସଚିବ ଓ ବରଗଡ଼ ଜିଲ୍ଲା ପ୍ରଭାରୀ ସଚିବ ଯାମିନୀ ଷଡଙ୍ଗୀ  ଗତକଲିରୁ ଦୁଇ ଦିନିଆ ବରଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ, ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ ଆଦି ଭ୍ରମଣ କରି ସମୀକ୍ଷା କରବା ସହ  ଓ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିଛନ୍ତି । 

      Ad..


ଗସ୍ତର ପ୍ରଥମ ଦିନରେ ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟ ଓ ପିଏମଶ୍ରୀ  ବିଦ୍ୟାଳୟକୁ ପରିଭ୍ରମଣ କରି  ଶିକ୍ଷା ବ୍ୟବସ୍ଥା ଦେଖିବା ସହ ସରସରା ଗ୍ରାମ ସ୍ଥିତ ଧନଞ୍ଜୟ ମହାପାତ୍ରଙ୍କ ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ୍‌ ଓ ଗ୍ରିଣ୍ଡୋଲା, ବରପାଳିର ଏମଏସ ଲୋଣ୍ଡ୍ରିଡ଼ ଫୁଡସ ୟୁନିଟ ଯାଇ କୃଷି ଓ ଉଦ୍ୟମିତା କାର୍ଯ୍ୟର ତଦାରଖ କରିଥିଲେ।

   Ad..


ଏହାପରେ ପଟ୍ଟଲଗାଁ-ଗ୍ରିଣ୍ଡୋଲା ଓ ତୁରୁଙ୍ଗା-ଗୋଇସର ଜିରା ନଦୀ ଉପର ରୁହିଥିବା ସେତୁ, ପାପଙ୍ଗା କେନାଲ -ଝାଫଟିକ୍ରା ରୋଡ୍, ବାଉଲସିଂହା ରୋଡ୍ ସ୍ଥିତ  ମହୁଲପାଲି  ଓ କୁଲୁଣ୍ଡା–ଆତାବିରାର ମେଗା ପାଇପ୍ ଜଳ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଥିଲେ । 

Ad..


ଗସ୍ତର ଦ୍ଵିତୀୟ  ଦିନରେ ଭଟଲି ବ୍ଲକର ବାଉଲସିଂହା ରେ ଚାତୁର ଚାଷ କେନ୍ଦ୍ର, ଖଳିଆପାଲି ଅଙ୍ଗନୱାଡି କେନ୍ଦ୍ର  ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମାତୃ ଓ ଶିଶୁ ଚିକିତ୍ସାଳୟ ଓ ଆହାର କେନ୍ଦ୍ର ଗସ୍ତ କରି ବିଭିନ୍ନ ବ୍ୟବସ୍ତ ଯାଞ୍ଚ କରିବା ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ...

Ad..


କକ୍ଷ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ଗ୍ରାମ୍ୟ ଉନ୍ନୟନ , ଆୟକର ଓ ଜିଏସ୍‌ଟି ବିଭାଗର ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିଥିଲେ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post