ଗ୍ରାମବାସୀ ଙ୍କୁ ଅଣଦେଖା କଲେ ଜନପ୍ରତିନିଧି ଶେଷରେ ଲୋକ ତିଆରି କଲେ ରାସ୍ତା...
ବରଗଡ଼,୦୮/୦୮ : ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ କେର୍ମେଲାବହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିଡାଟାଲ ଗାଁ ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ରାସ୍ତା ଦେଖି ନାହିଁ। ଗୋଟିଏ ୱାଡ଼ ୩୫୦ ଜନସଂଖ୍ୟା ବିଶିଷ୍ଟ ହରଡାଟାଲ ଗାଁ।ଆଜିବି ମୈଲିକ ସୁବିଧା ସୁଯୋଗ ରୁ ବଂଚିତ।
Ad..
ଗାଁ ରେ ରାସ୍ତା ଓ ବାରମାସ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଗ୍ରାମବାସୀ । ଗାଁ ରାସ୍ତା ପାଇଁ ଅନେକ ଥୟ ଅଧିକାରୀଙ୍କ ଠାରୁ ଜନ ପ୍ରିତିନିଧି ଙ୍କ ପର୍ଯ୍ୟନ୍ତ ଗୁହାରି ଜଣାଇ ସାରିଛନ୍ତି କିନ୍ତୁ କୌଣସି ପ୍ରକାର ସହଯୋଗ ନ ପାଇ ଶେଷରେ ସମସ୍ତେ ଏକଜୁଟ ବୈଠକ କରି ନିଜ ରାସ୍ତା କାମ ନିଜେ କରିବା ପାଇଁ ନିଷ୍ପତ୍ତି ନେଇ ସମାପନ ମଧ୍ୟ କରିଛନ୍ତି।
Ad..
ଗାଁର ମହେନ୍ଦ୍ର ନାୟକ, ତୁଳସୀରାମ ବିଶ୍ୱାଳ, ପବିତ୍ର ନାୟକ, ବଇଚନ୍ଦ୍ର ଡୁଡୁକା, ରାମଚନ୍ଦ୍ର କମଳିଆ, ଜୟଲାଲ ଏଣ୍ଡେଯା, ରମେଶ କନ୍ଧ, ମଧୁମଙ୍ଗଳ ମରହୀ ଙ୍କ ସମେତ ଗ୍ରାମବାସୀ ସମସ୍ତ ଲୋକ ମିଶି ମୁରୁମ ପକାଇ ନିଜ ଖର୍ଚ୍ଚରେ ରାସ୍ତା ତିଆରି କରି ଉଦାହରଣ ସୃଷ୍ଟି କରଛନ୍ତି ।
Ad..
ଗାଁ ରେ ପାଣି ସମସ୍ୟା ଥିବାରୁ ଲୋକଙ୍କ ଭିତରେ ସବୁଦାବେଳେ ଭୟ ମଧ୍ୟ ସୃଷ୍ଟି ରହୁଛି ମେଲେରିଆ ଲୋକଙ୍କ ଜୀବନ ମଧ୍ୟ ଯାଇଛି ସେଥିପାଇଁ ଲୋକେ ଏଠି ଭୟରେ ଜୀବନ କାଳାତିପାତ କରନ୍ତି।ଗନ୍ଧମାର୍ଦ୍ଧନ ପାହାଡ଼ ତଳେ ଏହି ଗାଁ ।
Ad..
ଜଙ୍ଗଲ ଜନ୍ତୁ ହାତୀ, ଭାଲୁ, ବରହା ଙ୍କ ସବୁବେଳେ ଭୟ ଥାଏ। ସନ୍ଧ୍ୟା ହୋଇଗଲେ ଗାଁ ଅନ୍ଧାର ଗାଁ ରେ ଲାଇଟ ଲଗାଇବା ପାଇଁ ଅନେକ ଥର ବନ ବିଭାଗ, ପଂଚାୟତ କୁ ଜଣାଇଲା ପରେ ମଧ୍ୟ ଜନପ୍ରତିନିଧି ଙ୍କ କିଛି ସହଯୋଗ ମିଳିନାହିଁ ।
ସରକାର ଯୋଜନା ଅନେକ କରୁଛନ୍ତି କିନ୍ତୁ ଅନେକ ଯୋଜନା ଓ ମୌଳିକ ଅଧିକାର ରୁ ହରିଡାଟାଲ ଗାଁର ଲୋକେ ବଂଚିତ ହେଲେ ଗ୍ରାମବାସୀ ଙ୍କ ମନୋବଳ ଭାଙ୍ଗିନାହି।
Report : Bijay ku sahu
Edited by k.s thakur...





