ସ୍ବାଧୀନତା ଦିବସ ଅବସରରେ ପଦ୍ମପୁର ଠାରେ ମାଁ ତୁଝେ ସଲାମ କାର୍ଯ୍ୟକ୍ରମ...

ସ୍ବାଧୀନତା ଦିବସ ଅବସରରେ ପଦ୍ମପୁର ଠାରେ ମାଁ ତୁଝେ ସଲାମ କାର୍ଯ୍ୟକ୍ରମ...


ବରଗଡ଼,୧୫/୦୮ : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ୭୯ ତମ ସ୍ବାଧୀନତା ଦିବସର ଅବସରରେ ସଂଗୀତ ସମିତି ତରଫରୁ ମାଁ ତୁମେ ସଲାମ ଦେଶଭକ୍ତି ସଂଗୀତ, ନୃତ୍ୟ କାର୍ଯ୍ୟକ୍ରମ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। 

Ad..


ବିଶିଷ୍ଟ ସଂଗୀତଜ୍ଞ ରାଜେଶ ଗୁର୍ଲା ଓ ରମେଶ ଗୁର୍ଲା ଙ୍କ ନିର୍ଦ୍ଦେଶିତ ଏହି ଦେଶଭକ୍ତି ସଂଗୀତ ସମାରୋହ ଏକ ସାମ୍ ସହିଦୋକେ ନାମ କାର୍ଯ୍ୟକ୍ରମ ରେ ପଦ୍ମପୁର  ଉପଖଣ୍ଡୀୟ  ପୋଲିସ ଅଧିକାରୀ ପାଣ୍ଡବ ଶବର...

      Ad..


ଟାଉନ୍ କ୍ଲବ ସଭାପତି ଯୁବନେତା ପ୍ରିତେଶ ବହିଦାର,ବିଶିଷ୍ଟ ସମାଜସେବୀ  ତଥା ଶିଳ୍ପପତି ସୁରେଶ ଅଗ୍ରୱାଲା,ପ୍ରିତମ ମେହେର ପ୍ରମୁଖ ଯୋଗଦାନ ଦେଇ ଭାରତମାତା ଙ୍କ ଗୁଣଗାନ କରିବା ସହ ଦେଶ ମାତୃକାର ପାଇଁ ସଦାସର୍ବଦା ସଂଗ୍ରାମରତ ବୀରଗଣ ଙ୍କୁ ପ୍ରଣାମ ସହ ସଲାମ କରିଥିଲେ...

Ad..


ଓ ଯେଉଁ ସୈନିକ ଗଣ ଦେଶପାଇଁ ସହିଦ ହୋଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଉଦଘୋଷିକା ମୀନାକ୍ଷୀ ଭୋଇ ଙ୍କ ଦ୍ବାରା ସଂଗୀତ କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା ହୋଇଥିବା ବେଳେ...

Ad..


ଅନିଲ ଗୁର୍ଲା ଓ ବାବୁଲୁ ମାଁ ତୁଝେ ସଲାମ ପ୍ରାରମ୍ଭିକ ସଂଗୀତ ରୁ ସଂଗୀତ ଆରମ୍ଭ ହୋଇ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସ ବିଶ୍ରାମ ମେହେର ଙ୍କୁ ମୁହୁରୀ ସମ୍ମାନ ପ୍ରଦାନ କରାଯାଇଥିଲା।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post