ଜନ୍ମାଷ୍ଟମୀ ଉପଲକ୍ଷେ ଦହି ହାଣ୍ଡି ଏବଂ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା...
କଣ୍ଟାବାଞ୍ଜି,୧୬/୦୮ : କଣ୍ଟାବାଞ୍ଜି ମାରୱାଡି ଯୁବ ମଞ୍ଚ ଏବଂ ପ୍ରଗତି ଶାଖା ନେତୃତ୍ୱରେ ପ୍ରଭୁ ଶ୍ରୀ କୃଷ୍ଣ ଜନ୍ମମାଷ୍ଟମୀ ଉପଲକ୍ଷେ ଦହି ହାଣ୍ଡି ଏବଂ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା ସ୍ଥାନୀୟ ହରିଭବନ ଠାରେ ଅନୁଷ୍ଠିତ ହୋଇଥିଲା।
Ad..
ଯୁବା ମଞ୍ଚର ସଦସ୍ୟ ଆଶୀଷ ଅଗ୍ରୱାଲଙ୍କ ତତ୍ୱଧାନରେ ହୋଇ ଥିବା ଏହି କାର୍ଯ୍ୟକ୍ରମରେ ୪୦ରୁ ଉର୍ଦ୍ଧ୍ବ କୁନି କୁନି ଝିଅ ପିଲା ଯୋଗଦେଇଥିଲେ।
Ad..
ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଅଗ୍ରୱାଲା ସଭା ଟ୍ରଷ୍ଟ ସଭାପତି କୈଳାସ ଅଗ୍ରୱାଲ, ସମ୍ପାଦକ ସନ୍ତୋଷ ଅଗ୍ରୱାଲ, ପୂର୍ବ ସଭାପତି ତଥା ମଞ୍ଚ ସଂସ୍ଥାପକ ସଦସ୍ୟ କୈଳାସ ଚନ୍ଦ୍ର ଅଗ୍ରୱାଲ ,ସାମ୍ବାଦିକ ମୋହନ ସୋନି ଯୋଗ ଦେଇଥିବେ ବେଳେ...
Ad..
ପ୍ରତିଯୋଗିତାକୁ ଜଜମେଣ୍ଟ କରୁଥିଲେ ଶ୍ରୀମତୀ ନୈନା ଅଗ୍ରୱାଲ, ଅର୍ଚ୍ଚନା ଝା, ପୁନମ ଶର୍ମା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କୁନି କୁନି ଝିଅ ପିଲା ଶ୍ରୀ ରାଧା ଓ କୃଷ୍ଣ ବେଶଭୁଷା ତିଆରି ହୋଇ ଆସିଥିଲେ , ଶ୍ରୀ ରାଧାକୃଷ୍ଣ ଭଜନ ରେ ନୃତ୍ୟ ପରିବେଷଣ ମଧ୍ୟ କରିଥିଲେ।
Ad..
ଅନ୍ୟ ପକ୍ଷରେ ମଟକି ଫୋଡ ପ୍ରତିଯୋଗିତାରେ ଝିଅ ପିଲା ମାନେ ଭାଗ ନେଇଥିଲେ । ଅତିଥି ମାନେ ସମସ୍ତ ପ୍ରତିଯୋଗିକୁ ଉପହାର ପ୍ରଦାନ କରିଥିବା ବେଳେ ବିଜୟ ପ୍ରତିଯୋଗିଙ୍କୁ ପୁରସ୍କୃତ କରିଥିଲେ ।
Ad..
ଉଭୟ ଶାଖା ଅଧ୍ୟକ୍ଷ ଅଧ୍ୟକ୍ଷା ସମ୍ପାଦକ ସମସ୍ତ ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଆୟୋଜନ କରିବା ପାଇଁ ମଞ୍ଚ ସଦସ୍ୟ ସାହିଲ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ, ତନିଶ ଅଗ୍ରୱାଲ, ଅଙ୍କୁଶ ଅଗ୍ରୱାଲ, ରୋହିତ ଲାଠ, ମୋହିତ ଅଗ୍ରୱାଲ ବିଶେଷ ସହଯୋଗ କରିଥିଲେ ।
Edited by k.s thakur...
Tags:
janmashtami
kantabanji
latest news
latest update
marwadi yuva Manch
odisha daily current affairs






