ପୁରୀ ରେ "ଆଦିକଳା ସମ୍ମାନ ରେ ସମ୍ବର୍ଦ୍ଧିତ ହେବେ ବରଗଡ଼ ଜିଲ୍ଲା ର ନଅ ଜଣ କଳାକାର...

ପୁରୀ ରେ "ଆଦିକଳା ସମ୍ମାନ ରେ ସମ୍ବର୍ଦ୍ଧିତ ହେବେ ବରଗଡ଼ ଜିଲ୍ଲା ର ନଅ ଜଣ କଳାକାର...


ବରଗଡ଼,୦୨/୦୮ : ବରଗଡ଼ ଜିଲ୍ଲା ର ବିଭିନ୍ନ ବର୍ଗ ର ନଅ ଜଣ କଳାକାର ଆସନ୍ତା କାଲି ପୁରୀ ଠାରେ ଅନୁଷ୍ଟିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ ହେବେ।

        Ad..


ପୁରୀ ଅନ୍ନପୂର୍ଣ୍ଣା ଥିଏଟର ପରିସର ରେ ଭାରତ ସରକାର ଙ୍କ ପଞ୍ଜୀକୃତ ସଂସ୍ଥା କଳଚର୍ ଡେଭଲପମେଣ୍ଟ ଫାଉଣ୍ଡେସନ ଆନୁକୁଲ୍ୟରେ ଅଗଷ୍ଟ ୩ ତାରିଖ ଏହି ସମ୍ବର୍ଧନା ପ୍ରଦାନ କରାଯିବାକୁ ଥିବା ବେଳେ ଜିଲ୍ଲା ର ସଙ୍କୀର୍ତ୍ତନ କଳାକାର...

Ad..


ଗୁରୁ ପ୍ରମୋଦ ଦାଶ,ଢ଼ୋଲ୍ ବାଦକ ସତରଙ୍ଗି ବାଗ,ଅନିରୁଦ୍ଧ ପାଇକ, ମାନ୍ଦଲ ବାଦକ,ଖଗେଶ୍ବର ସାହୁ,କରମ୍ ସାନି ଗାୟକ ନରେନ୍ଦ୍ର କଣ୍ଟା,ସୁଶାନ୍ତ ବାରିକ,ନୃତ୍ୟ ନିର୍ଦ୍ଦେଶକ ରାଜେଶ ବାରିକ...

Ad..


ମୁହୁରି ବାଦକ ବାବୁଲାଲ ଲୁହା, କଣ୍ଠ ଶିଳ୍ପୀ  ସୁନୀତା ପଟ୍ଟନାୟକ ପ୍ରମୁଖ ବିଭିନ୍ନ ବର୍ଗ ର ନଅ ଜଣ କଳାକାର ବରଗଡ଼ ରେଲଷ୍ଟେଶନ ରୁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି।ତେବେ ଉକ୍ତ କଳାକାର ମାନଙ୍କୁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ଅଧ୍ୟକ୍ଷ ଚୈତନ୍ୟ ପାଇକ...

Ad..


ସମ୍ପାଦକ ଗୋପବନ୍ଧୁ ପୁରୋହିତ ମିଳିତ କଳାକାର ମଞ୍ଚ ଅଧ୍ୟକ୍ଷ ନୃତ୍ୟ ଗୁରୁ ଶଙ୍କର ପଟ୍ଟନାୟକ ପ୍ରମୁଖ ବରଗଡ଼ ରେଳ ଷ୍ଟେସନ ରେ  ଉପସ୍ଥିତ ରହି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post