ବରଗଡ଼ରେ ରାଜସ୍ୱ ମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଏବଂ ବିଭାଗୀୟ ଅଧିକାରୀଙ୍କ ସମୀକ୍ଷା...
( ରେଜିଷ୍ଟ୍ରି ଓ ତହସିଲ କାର୍ଯ୍ୟାଳୟରେ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧାର ବ୍ୟବସ୍ଥା କରିବା ସହ ଦଲାଲ ମୁକ୍ତ କରିବାକୁ ଦେଲେ ନିର୍ଦ୍ଦେଶ )
Ad..
ବରଗଡ଼,୦୨/୦୮ : ଆଜି ମାନ୍ୟବର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ଦିନିକିଆ ବରଗଡ଼ ଗସ୍ତ କରି ସ୍ଥାନୀୟ ଅମ୍ବାପାଲି ସର୍କିଟ ହାଉସ ଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିବା ସହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ରାଜସ୍ୱ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିଛନ୍ତି।
Ad..
ସୂଚନାଯୋଗ୍ୟକି, ଉକ୍ତ ଶିବିରରେ ଭୂମିହୀନଙ୍କୁ ବସୁନ୍ଧରା ପଟ୍ଟା ପ୍ରଦାନ, ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଅଧାରିତ ସମୁଦାୟ ୧୪୬ ଗୋଟି ଅଭିଯୋଗ ଶୁଣାଣି କରି ତୁରନ୍ତ ସମାଧାନ କରିବା ପାଇଁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଜିଲ୍ଲାପାଳ ତଥା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Ad..
ଶିବିରରେ ମାନ୍ୟବର ମନ୍ତ୍ରୀ ୪ ଜଣ ରୋଗୀଙ୍କୁ ଚିକିତ୍ସା ପାଇଁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦ ହଜାର ଲେଖାଏଁ ସହାୟତା ରାଶି ଚେକ ପ୍ରଦାନ କରିବା ସହ ବରଗଡ଼ ତହସିଲର ୭ ଜଣ ଭୂମିହୀନ ହିତାଧିକାରୀଙ୍କୁ ବସୁନ୍ଧରା ପଟ୍ଟା, ୪ ଜଣ ବିକଳାଙ୍ଗ ବିକଳାଙ୍ଗ ଲୋକଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ।
Ad..
ଏହାପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ମହୋଦୟ ନିଜ ବିଭାଗର ବିଭିନ୍ନ ଯୋଜନା ତଥା ସରକାରୀ ସୁବିଧାର କାର୍ଯ୍ୟନ୍ୱୟନ ସମୀକ୍ଷା କରିବାକୁ ଯାଇ ଜିଲ୍ଲାରେ ବସୁନ୍ଧରା ସର୍ଭେ, ପଟ୍ଟା ବଣ୍ଟନ ଓ ଜମି ହସ୍ତାନ୍ତର ସ୍ଥିତି...
ବରଗଡ଼ ନୂଆପଡା ରେଳ ଲାଇନ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ଏବଂ ଟେଣ୍ଟର ପ୍ରକ୍ରିୟାର ପ୍ରଗତି, ଜାତୀୟ ରାଜପଥ ନିର୍ମାଣ ତଥା ଆଧାରିତ ସମସ୍ୟା ଗୁଡ଼ିକର ସମାଧାନ, ପ୍ରାଥମିକ ବିଦ୍ୟାଳୟର ଜମି ପଟ୍ଟା ପ୍ରଦାନ, ଜମି ପଟ୍ଟା କଲମ-୨ କରେକ୍ସନ, ବସ୍ତି ଜମି ପଟ୍ଟା ପ୍ରଦାନ...
ଠିକ ସମୟରେ ଯୋଗ୍ୟ ଲୋକଙ୍କୁ ଜାତିଗତ ବାସିନ୍ଦା ଓ ଆୟ ପ୍ରମାଣ ପତ୍ର ପ୍ରଦାନ, ରେଜିଷ୍ଟ୍ରି ଓ ତହସିଲ କାର୍ଯ୍ୟାଳୟରେ ଦଲାଲ ମୁକ୍ତ କରିବା ସହ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲା ପ୍ରଶାସନ ତଥା ସମସ୍ତ ତହସିଲଦାର ଅଗ୍ରାଧିକାର ଭିତ୍ତିରେ ରାଜସ୍ୱ ଜମିରୁ ଜବର ଦଖଲ ମୁକ୍ତ କରିବା ପାଇଁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ମାନ୍ୟବର ବିଧାୟକ ବରଗଡ଼ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ମାନ୍ୟବର ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ଏବଂ ମାନ୍ୟବର ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡ଼ତୀୟା...
ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ଶ୍ରୀ ମହେନ୍ଦ୍ର ମହାପାତ୍ର ପଦ୍ମପୁର ଉପଜିଲ୍ଲାପାଳ ଅରୁଗୁଲା ସ୍ନେହା, ବରଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...





