ବରଗଡ ଜିଲ୍ଲା OUWJ ତରଫରୁ ଜେଲ ସୁଧାର କାର୍ଯ୍ୟକ୍ରମ ଅନୁଷ୍ଠିତ...
ବରଗଡ଼,୦୨/୦୮ : ୨ ଅଗଷ୍ଟ ୨୦୨୫ ଶନିବାର ଦିନ ବରଗଡ ଉପ କାରାଗାରଠାରେ ଓଡିଶା କର୍ମଜିବୀ ସାମ୍ବାଦିକ ସଂଘ(OUWJ) ଆନୁକୂଲ୍ୟରେ ଏକ ଜେଲ୍ ସୁଧାର କର୍ମଶାଳାର ଆୟୋଜନ ହୋଇଥିଲା।
Ad..
ପ୍ରତି ସପ୍ତାହରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଦ୍ବିତୀୟ ସତ୍ର ର ଦ୍ବିତୀୟ ଦିବସରେ ମୂଖ୍ୟ ଆବାହକ ସଂଘର ସଭାପତି ଶ୍ରୀମାନ୍ ଆଶୁତୋଷ ରଥ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ନିଜର ସଂକ୍ଷିପ୍ତ ଅଭିଭାଷଣରେ ଧ୍ୟାନ ମାଧ୍ୟମରେ ବ୍ୟକ୍ତିତ୍ବ ନିର୍ମାଣ ଓ ବ୍ୟକ୍ତିତ୍ବ ସୁଧାର ପାଇଁ ବନ୍ଦୀମାନଙ୍କୁ ଉଦବୋଧନ ଦେଇଥିଲେ।
Ad..
ମୂଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସତ୍ୟଜିତ୍ ଦାଶ ବନ୍ଦୀମାନଙ୍କୁ ନିଜ ପ୍ରେରଣାପ୍ରଦ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ ସେମାନେ ଧ୍ୟାନଯୋଗ ମାଧ୍ୟମରେ ସେମାନେ ନିଜ ଭିତରୁ ସମସ୍ତ ନିଷେଧାତ୍ମକ ଭାବନା ପରିତ୍ଯାଗ କରିପାରିବେ ଏବଂ ଜେଲରୁ ବାହାରି ସମାଜର ମୂଖ୍ୟ ସ୍ରୋତକୁ ଫେରି ଭିନ୍ନ ଉଦାହରଣ ସୃଷ୍ଟି କରିପାରିବେ।
Ad..
ଯୋଗାଚାର୍ଯ୍ୟା ତଥା ଲେଖିକା ଶ୍ରୀମତି ମିନୁ ହୋତା ପଦ୍ମଚକ୍ର ଧ୍ୟାନ ଶୃଙ୍ଖଳାରେ ମଣିପୁର ଚକ୍ର ସ୍ଥିତ ଦଶପ୍ରାଣ ଏବଂ ମନ ତଥା ଶରୀରରେ ସେମାନଙ୍କର କାର୍ଯ୍ଯକାରିତା ବିଷୟରେ ବନ୍ଦୀ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ।
Ad..
ମଣିପୁର ଚକ୍ର ଶୋଧନ, ତାର ସଶକ୍ତିକରଣ ଏବଂ ଶରୀରରେ ରକ୍ତ ଓ ବାୟୁ ସଂଚାଳନ ପାଇଁ ପ୍ରାଣାୟାମର ଭୂମିକା ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରାଣାୟାମ ର କୌଶଳ ଶିକ୍ଷା ଦେଇଥିଲେ। ଶେଷରେ ଶ୍ରୀଯୁକ୍ତ ରଥ OUWJ ଦ୍ବାରା ଅନୁଷ୍ଠିତ ହେବାକୁ ଥିବା "ନୂଆଖାଇ ଭେଟଘାଟ "ବିଷୟରେ ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...





