ବୀର ଛକ ବରଗଡ଼ରେ ଉଡିଲା ତୀରଙ୍ଗା...

ବୀର ଛକ ବରଗଡ଼ରେ ଉଡିଲା ତୀରଙ୍ଗା...


ବରଗଡ଼,୧୫/୦୮ :  ଆଜି ପବିତ୍ର ୭୯ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ ବୀର ଛକରେ ସଂକଳ୍ପ ପରିବାର,  ସହୀଦ ସ୍ମୃତି ସମିତି, ଓ ବରଗଡ଼ ବରିଷ୍ଠ ନାଗରିକ ସଂଘ ର...

      Ad..


ମିଳିତ ଆନୁକୂଲ୍ୟରେ ରେ ଜାତୀୟ ଉତ୍ସବ ପାଳନ ହୋଇଯାଇଛି। ବର୍ଷିଆନ ଚାଷୀ  ମକରଧଜ ପ୍ରଧାନ  ଓ ଗପବନ୍ଧୁ ଦାସ ପ୍ରମୁଖ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ବରେଣ୍ୟ ଅତିଥି...

      Ad..


ଭାବରେ ଭୁତପୂର୍ବ ସୈନିକ ସଙ୍ଘ, ବରଗଡ଼ , ଚାଷୀନେତା ରମେଶ ମହାପାତ୍ର ପ୍ରମୁଖ ଯୋଗଦାନ କରି ଜାତୀୟ ପତାକା ଉତୋଳନ କରିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। 

    Ad..


ଗୋଟିଏ ମଞ୍ଚରେ ଦେଶର ଅନ୍ନଦାତା କିଷାନ ଓ ଯବାନ ଉପସ୍ଥିତ ରହିଥିବା ବେଳେ ଜୟ ଯବାନ, ଜୟ କିଷାନ ନାରାରେ ବୀର ଛକ ପ୍ରକମ୍ପିତ ହୋଇଥିଲା। କିଛି ସମୟ ପାଇଁ ବର୍ଷୀଆନ ଚାଷୀ ଶ୍ରୀ ପ୍ରଧାନ ଓ ଶ୍ରୀ ଦାଶ ଭାବବିହୁଲ ହୋଇଥିବା ବେଳେ ଭୁତପୁର୍ବ ସୈନିକ ସଙ୍ଘ ଆଜିର କାର୍ଯ୍ୟକ୍ରମକୁ ଖୁସି ବ୍ୟକ୍ତ କରିଥିଲେ।

Ad..


ବରିଷ୍ଠ ସାମ୍ବାଦିକ ତଥା ଶହିଦ ଓ ସ୍ମୃତି କମିଟି ର ଉପ ସଭାପତି ରବିପଣ୍ଡା ଙ୍କ ସଭାପତିତ୍ବ ଓ ସଂକଳ୍ପ ପରିବାର ର ସଭାପତି ବିକାଶ ଅଗ୍ରୱାଲ ଙ୍କ ସଂଯୋଜନା ରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ...

Ad..


ଆଇନଜୀବୀ ତଥା ଶହିଦ ଓ ସ୍ମୃତି କମିଟି ର ଉପ ସଭାପତି ସୁରେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସଂକଳ୍ପ ପରିବାର ର ସମସ୍ତ ସଦସ୍ୟ ସକ୍ରିୟ ଯୋଗଦାନ କରିଥିଲେ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post