ବୌଦ୍ଧ ରେ ମହା ସମାରୋହରେ ପାଳିତ ହୋଇଯାଇଛି ବିଶ୍ୱହିନ୍ଦୁ ପରିଷଦର ସ୍ଥାପନା ଦିବସ...
ବୌଦ୍ଧ,୨୦/୦୮ : ମଙ୍ଗଳବାର ଦିନ ମହା ସମାରୋହରେ ପାଳିତ ହୋଇଯାଇଛି ବିଶ୍ୱହିନ୍ଦୁ ପରିଷଦର ସ୍ଥାପନା ଦିବସ।ପ୍ରଥମେ ଵିଧି ମୁତାବକ ପ୍ରଭୁ ଯୋଗୀରାଜ ଶ୍ରୀକୃଷ୍ଣ ଙ୍କ ଫଟୋ ଚିତ୍ର ରେ ପୂଜାଅର୍ଚନା ଗୀତ ଭଜନ ସହିତ ରାଧା କୃଷ୍ଣ ବେଶରେ ଆସିଥିବା ଶିଶୁ କଳାକାର ମାନଙ୍କ ପ୍ରତିଯୋଗିତା ହୋଇଥିଲା।
Ad..
ପ୍ରତିଯୋଗିତା ପରେ ପ୍ରଖଣ୍ଡ ସମ୍ପାଦକ ଶରତ ପ୍ରଧାନ ଙ୍କ ପ୍ରାରମ୍ଭିକ ବୌଦ୍ଧିକ ଏବଂ ପରେ ମୁଖ୍ୟ ବକ୍ତା ମାନନୀୟା ସରସ୍ବତୀ ନନ୍ଦ ପ୍ରାନ୍ତ ମାତୃଶକ୍ତି ସଂଯୋଜିକା ଭଗବାନ କୃଷ୍ଣ ଙ୍କର ଜୀବନ ଚରିତ୍ର, ବିଶ୍ୱହିନ୍ଦୁ ପରିଷଦର ଉଦ୍ଦେଶ୍ୟ...
Ad..
ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଙ୍କ ଜୀବନ ଚରିତ୍ର ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିଥିଲେ , ଶେଷରେ ପ୍ରଖଣ୍ଡ ସଭାପତି ମା. କରୁଣାକର ଘାଣ୍ଟୁଆଳ ଧନ୍ୟବାଦ ଅର୍ପଣ ସହିତ କୁନି କୁନି କଳାକାର ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।
Ad..
ମଞ୍ଚରେ ଅତିଥି ଭାବରେ ଜିଲ୍ଲା ସମ୍ପାଦକ ଚକିତ ଭଞ୍ଜ ପ୍ରଖଣ୍ଡ ସମ୍ପାଦକ ଶରତ ପ୍ରଧାନ, ପ୍ରଖଣ୍ଡ ସଭାପତି କରୁଣାକର ଘାଣ୍ଟୁଆଳ, ପ୍ରଖଣ୍ଡ ଉପ ସଭାପତି ବସନ୍ତ ମିଶ୍ର , ପ୍ରାନ୍ତ ସଂଯୋଜିକା ଶ୍ରୀମତୀ ସରସ୍ବତୀ ନନ୍ଦ ମଂଚାସୀନ ଥିବାବେଳେ ପ୍ରଖଣ୍ଡ ସହ ସମ୍ପାଦକ ଶ୍ରୀ ଖଗେଶ୍ୱର ମେହେର ମଞ୍ଚ ସଂଚାଳନ କରିଥିଲେ।
Ad..
ଏହି କାର୍ଯ୍ୟକ୍ରମରେ ୧୦ ଟି ଗ୍ରାମର ୨୦୦ ଲୋକ ଉପସ୍ଥିତ ଥିଲେ। ଶେଷରେ ଶାନ୍ତିପାଠ ଜୟ ଘୋଷ ସହିତ କାର୍ଯ୍ୟକ୍ରମ ସମାପନ ହୋଇଥିଲା।
Ad..
Edited by k.s thakur...






