ବିପର୍ଯ୍ୟୟ ପରିଚାଳନା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଚିଠି...

ବିପର୍ଯ୍ୟୟ ପରିଚାଳନା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଚିଠି...


ଭୁବନେଶ୍ଵର,୨୦/୦୮ : ବିପର୍ଯ୍ୟୟ ପରିଚାଳନା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜସ୍ବ ମନ୍ତ୍ରୀ । ୫୦୦ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ୨ ହଜାର କୋଟି ସହାୟତା ଦାବି ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

      Ad..


ଚିଠି ମାଧ୍ୟମରେ ରାଜ୍ୟବ୍ୟାପୀ ଆଗୁଆ ସତର୍କତା ପ୍ରସାରଣ ପ୍ରଣାଳୀ (EWDS) ପ୍ରକଳ୍ପର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ପାଇଁ ଦାବି । ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ ପାଇଁ ୮୩୬୩ କୋଟି ଦାବି ସହ ବିପର୍ଯ୍ୟୟ ଆଗୁଆ ସତର୍କ ସୂଚନା ଆଧୁନିକୀକରଣ ପାଇଁ ୨୦୦ କୋଟି ଦାବି କରାଯାଇଛି। 

         Ad..


ଏହା ସହ ସମୁଦ୍ର କୂଳ ଖାଉଥିବା ଅଞ୍ଚଳର ସୁରକ୍ଷା ପାଇଁ କେନ୍ଦ୍ର ଯୋଜନାରେ ଅନୁଦାନ ଦାବି କରିବା ସହ ବିପର୍ଯ୍ୟୟ ପରିଚାଳନା ନେଇ ଜାତୀୟ, ଆନ୍ତର୍ଜାତୀୟ ସହଯୋଗ ଲୋଡିଛନ୍ତି ରାଜସ୍ବ ମନ୍ତ୍ରୀ ।

Ad..


ଏହାସହ ସୁରେଶ ପୂଜାରୀ କହିଛନ୍ତି, ପ୍ରତିବର୍ଷ ଜଳବାୟୁ ସମ୍ବନ୍ଧୀୟ ବିପଦର ବାରମ୍ବାର ଘଟଣା ଯୋଗୁଁ ବଡ଼ ଧରଣର କ୍ଷୟକ୍ଷତି ଏବଂ ଉପକୂଳ କ୍ଷୟ ଘଟୁଛି । 

Ad..


ଲୋକଙ୍କ ଜୀବନ ଏବଂ ସମ୍ପତ୍ତିକୁ ରକ୍ଷା କରିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଜରୁରୀ ହୋଇପଡ଼େ।

Ad..


ରାଜ୍ୟକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଏବଂ ଏହାର ଲୋକଙ୍କ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଉପକୂଳ କ୍ଷୟକୁ ରକ୍ଷା କରିବା ପାଇଁ ଏହି ଦାବି କରାଯାଇଛି ।



Edited by k.s thakur...

Post a Comment

Previous Post Next Post