ଅନୁଷ୍ଠାନ ସ୍ତରୀୟ ଉଦ୍ଭାବନ ଓ ନୂଆ ଉଦ୍ୟୋଗ ପ୍ରତିଯୋଗିତା ଅନୁଷ୍ଠିତ...

ଅନୁଷ୍ଠାନ ସ୍ତରୀୟ ଉଦ୍ଭାବନ ଓ ନୂଆ ଉଦ୍ୟୋଗ ପ୍ରତିଯୋଗିତା ଅନୁଷ୍ଠିତ...


କଣ୍ଟାବାଞ୍ଜି,୨୦/୦୮ :- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନ ସ୍ତରୀୟ ଉଦ୍ଭାବନ ଓ ନୂଆ ଉଦ୍ୟୋଗ ପ୍ରତିଯୋଗିତା , ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି।

        Ad..


ସୂଚନା ଥାଉକି ଭାରତ ସରକାର ଓ ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମାନଙ୍କୁ ଚିଠି ମାଧ୍ୟମ ରେ ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ କରିବାପାଇଁ ନିର୍ଦ୍ଧେଶ ନାମା ଜାରୀ କରାଯାଇଥିଲା।

        Ad..


ତଦନୁଯାୟୀ ଆଜି ଏହି ପ୍ରତିଯୋଗିତା ସ୍ଥାନୀୟ ମହିଳା ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା, ସୂଚନା ନୁଜାୟୀ ଏହି ପ୍ରତିଯୋଗିତାରେ ଉନ୍ନୀତ ହୋଇଥିବା ପ୍ରଥମ ତିନି ଜଣ ଛାତ୍ରୀ ବିଶ୍ଵବିଦ୍ୟାଳୟ ସ୍ଥର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

Ad..


ଆଜିର ଏହି ପ୍ରତିଯୋଗିତାରେ ପରୀ ଅଗ୍ରୱାଲ ପ୍ରଥମ, ପାୟଲ ଜୈନ ଦ୍ବିତୀୟ ଓ ଵୈଶ୍ନୋ ଗୋୟଲ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଆଜି ର ଏହି ପ୍ରତିଯୋଗିତା ର ବିଚାରକ ରୂପେ ଉଦ୍ୟୋଗୀ ଦୁଖିଶ୍ୟାମ ରାଏ ଓ ନୂଆ ଉଦ୍ୟୋଗ ଆରମ୍ଭ କରିଥିବା...

Ad..


ମହାବିଦ୍ୟାଳୟ ର ପୂର୍ବତନ ଛାତ୍ରୀ ଇଶା ଗୋହିଲ ଯୋଗଦେଇ, ଅଂଶଗ୍ରହଣ କାରୀ ପ୍ରତିଯୋଗୀ ମାନଙ୍କ ମୂଲ୍ୟାଙ୍କନ କରିଥିଲେ, ଉଭୟ ଅଂଶଗ୍ରହଣ କାରୀ ଛାତ୍ରୀ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ ଓ ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ନଗଦ ରାଶି ପ୍ରଦାନ କରିଥିଲେ।

Ad..


ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ରୀ ଉପସ୍ଥିତ ରହି ଅଂଶଗ୍ରହଣ କରିଥିବା ଛାତ୍ରୀ ମାନଙ୍କୁ ଶୁଣିଥିଲେ ଓ ଉଷ୍ଠାହିତ କରିଥିଲେ। 

ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଯୁଧିଷ୍ଠିର ବେହେରା, ଜିତେନ୍ଦ୍ର ସୁନା, ସୋମନାଥ ମେହେର, ଅଧ୍ୟାପିକା ସୁନନ୍ଦା ରଥ, ଲିପନିତା ପଧାନ, ନିରବତି ପଧା ନ, ସୁନେନା ବେହେରା, ଧରାଷ୍ରି ମହାନ୍ତି, ରଶ୍ମି ରମିତା ମେହେର, ଗ୍ରନ୍ଥାଗାର ରକ୍ଷକ ସନ୍ତୋଷ ମହାନ୍ତି, କର୍ମଚାରୀ ସନ୍ତୋଷ ତ୍ରିପାଠୀ...

ନାଜନୀନ  ପରମାର ,ବିବେକା ସାହୁ, ଲୀନା ଖଟୁଆ, ତପନ ସତନାମୀ, ହିତେଶ ରଣା ସଫଳ କରିବାରେ ସହଯୋଗ କରିଥିଲେ, ଖେଳ ଶିକ୍ଷୟତ୍ରୀ ରଂଜୁ ବଞ୍ଛୋର ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସାହାଯ୍ୟ କରିଥିଲେ। 

ଅଧ୍ୟକ୍ଷ ପୁରୋହିତ କୃତିପ୍ରତିଯୋଗି ମାନଙ୍କୁ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ରେ ସଫଳ ହେବାପାଇଁ ଶୁଭକାମନା ଜଣାଇଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ପ୍ରତିଯୋଗିତା କୁ ସମାପ୍ତ ଘୋଷଣା କରିଥିଲେ।




Edited by k.s thakur...

Post a Comment

Previous Post Next Post